ରାମନଗରୀରେ ଲଜ୍ଜା! ମହିଳା ଶ୍ରଦ୍ଧାଳୁ ଗାଧୋଇବା ବେଳେ ଭିଡିଓ କଲା ଯୁବକ, ବାନ୍ଧିଲା ପୋଲିସ

ଅଯୋଧ୍ୟାରେ ମହିଳା ଶ୍ରଦ୍ଧାଳୁ ଗାଧୋଇବା ବେଳେ ଭିଡିଓ କଲା ଯୁବକ। ଶ୍ରଦ୍ଧାଳୁଙ୍କ ଏଭଳି ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ।

ଉତ୍ତରପ୍ରଦେଶ: ଅଯୋଧ୍ୟାରେ ଲଜ୍ଜା। ହୋଟେଲରେ ଗାଧୋଉଥିବାର ମହିଳାଙ୍କ ଭିଡିଓ କରାଯାଇଛି। ଯେଉଁଠି ମର୍ଯ୍ୟାଦା ପୁରୁଷଙ୍କୁ ପୂଜା କରାଯାଉଛି ସେଠାରେ ମହିଳାଙ୍କ ଗାଧୋଇବା ଭିଡିଓ ଉତ୍ତୋଳନ କରୁଛନ୍ତି କିଛି ଅମାନଷିକ ବ୍ୟକ୍ତି। ମହିଳାଙ୍କ ଭିଡିଓ କରିଥିବା ଅଭିଯୁକ୍ତକୁ ବାନ୍ଧିଛି ପୋଲିସ।

ରାମନଗରୀରେ ମହିଳାଙ୍କ ସହ ଘଟିଛି ଏଭଳି କାଣ୍ଡ। ଏଠାରେ ଥିବା ଗେଷ୍ଟ ହାଉସରେ ରହୁଥିବା ମହିଳାମାନେ ଗୁରୁତର ଅଭିଯୋଗ କରିଛନ୍ତି। କୁହାଯାଉଛି ଯେ ସେ ବାଥରୁମରେ ଗାଧୋଇବାବେଳେ ତାଙ୍କ ଭିଡିଓ ପ୍ରସ୍ତୁତ କରାଯାଇଛି।

ଶ୍ରଦ୍ଧାଳୁଙ୍କ ଏଭଳି ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ। ରାମ ଜନ୍ମଭୂମିର ସ୍ୱତନ୍ତ୍ର ଦର୍ଶନ ମାର୍ଗର ଗେଟ୍ ନମ୍ବର ୩ ସମ୍ମୁଖରେ ଅବସ୍ଥିତ ଏହି ଗେଷ୍ଟ ହାଉସରେ ଏଭଳି କାଣ୍ଡ କରୁଥିଲା ଅଭିଯୁକ୍ତ।

ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ଗିରଫ ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ଅନେକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଜବତ କରାଯାଇଛି।

ଅଭିଯୁକ୍ତ ସୌରଭ ସକାଳ ୬ଟା ସମୟରେ ଜଣେ ମହିଳା ଗାଧୋଉଥିବାର ଭିଡିଓ ପ୍ରସ୍ତୁତ କରୁଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ସୌରଭ ବାହରାଇଚ୍ ଜିଲ୍ଲାର ବାସିନ୍ଦା। ଅଯୋଧ୍ୟାରେ ଏକ ଗେଷ୍ଟ ହାଉସରେ କାମ କରେ ।

ଶୁକ୍ରବାର ସକାଳେ କାଶୀରୁ ଅଯୋଧ୍ୟାକୁ ଆସିଥିବା ଏକ ପରିବାର ଜଣେ ଯୁବକଙ୍କୁ ଗାଧୋଇବା ସମୟରେ ଅଶ୍ଳୀଳ ଭିଡିଓ କରିଥିବା ଅଭିଯୋଗ କରିଥିଲେ। ପୀଡିତାଙ୍କ ପରିବାରର ଅଭିଯୋଗରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତା’ପରେ ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା।

ପୋଲିସ କହିଛି ଯେ ଅଭିଯୁକ୍ତ ଯୁବକଙ୍କ ମୋବାଇଲ ଫୋନରୁ ଅନେକ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଛି।