fbpx

ଆଜି ୧୧୪ଟି କଳସ ଜଳରେ ସ୍ନାନ କରିବେ ପ୍ରଭୁ ରାମ, ମଣ୍ଡପର ହେବ ପୂଜା

ନୂଆଦିଲ୍ଲୀ: ବର୍ତ୍ତମାନ ଭଗବାନ ଶ୍ରୀ ରାମଙ୍କ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏହାପୂର୍ବରୁ ରାମ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ଚାଲିଛି। ଏହି କ୍ରମରେ, ପ୍ରଭୁ ରାମଙ୍କ ପ୍ରତିମା ରବିବାର ଦିନ ୧୧୪ଟି କଳସ ଜଳରେ ସ୍ନାନ କରାଯିବ। ଆଜି ରାମଲଲାଙ୍କ ପୂଜା ମଣ୍ଡପକୁ ମଧ୍ୟ ପୂଜା କରାଯିବ। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଟ୍ୱିଟ କରି କହିଛନ୍ତି ଯେ, ରବିବାର ଦିନ ସ୍ଥାପିତ ଦେବତାମାନଙ୍କ ଦୈନିକ ପୂଜା, ହୋମ,ପାରାୟଣ, ଆଦି କାର୍ଯ୍ୟ , ସକାଳ ନୀତି, ମୂର୍ତ୍ତିକୁ ୧୧୪ଟି କଳସ ଜଳରେ ସ୍ନାନ, ମହାପୂଜା, ପୂର୍ବରୁ ସ୍ଥାପିତ ମୂର୍ତ୍ତିକୁ ପ୍ରାସାଦ ପରିକ୍ରମା, ରାତ୍ରୀ ଜାଗରଣ, ସଂଧ୍ୟା ପୂଜା ଏବଂ ଆରତୀ ହେବ ।

ଶନିବାର ଦିନ, ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବୈଦିକ ରୀତିନୀତିର ପଞ୍ଚମ ଦିନରେ, ରାମ ମନ୍ଦିରରେ ମିଠା ଏବଂ ଫଳ ସହିତ ଦୈନିକ ପ୍ରାର୍ଥନା ଓ ହୋମ କରାଯାଇଥିଲା। ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, “ଦୈନିକ ପୂଜା, ହୋମ ଇତ୍ୟାଦି ୨୦ ଜାନୁୟାରୀ ୨୦୨୪ ରେ ହୋଇଥିଲା। ମିଠା ଏବଂ ଫଳ ସହିତ ରୀତିନୀତି ମଧ୍ୟ କରାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ୮୧ କଳସ ସ୍ଥାପନ କରି ପୂଜା କରାଯାଇଥିଲା। ସନ୍ଧ୍ୟା ପୂଜା ଏବଂ ଆରତୀ ମଧ୍ୟ ହୋଇଥିଲା। ” ଏହି ସମୟରେ, ଜାନୁଆରୀ ୨୨ ରେ ‘ପ୍ରାଣ ପ୍ରତିଷ୍ଠା’ କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଅଯୋଧ୍ୟା ମନ୍ଦିର ପ୍ରବେଶ ଦ୍ୱାରରେ ଭଗବାନ ରାମଙ୍କ ଶିଶୁ ରୂପକୁ ନେଇ ପୋଷ୍ଟର ଲଗାଯାଇଥିଲା।

Get real time updates directly on you device, subscribe now.