ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ଭୁବନେଶ୍ୱର: ଆୟୁଷ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, “ ପୂର୍ବ ସରକାର ହୀନମାନ୍ୟତା କାରଣରୁ ଲାଗୁ କରୁନଥିଲେ । ଆମ ସରକାର ଏହାକୁ ଲାଗୁ କଲେ । ଦେଶର ୩୦ଟି ହସ୍ପିଟାଲରେ ଚିକିତ୍ସା ମିଳିବ । ବୟସ୍କମାନଙ୍କୁ ମଧ୍ୟ ଏହାର ସୁବିଧା ମିଳିବ । ପ୍ରତି ପଞ୍ଚାୟତରେ ଲାଗୁ ହେବ ଆୟୁଷ୍ମାନ ମନ୍ଦିର । ଯୋଗ ଶିକ୍ଷକ ଏବଂ ସ୍ୱାସ୍ଥ୍ୟ କର୍ମୀ ରହିବେ ।”

ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ରାଜ୍ୟର ସବୁ ପଞ୍ଚାୟତର ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଜାରି କରିଛନ୍ତି । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏଏନଏମଙ୍କ ସହ ହେଲଥ୍ ୱାର୍କର ମଧ୍ୟ ରହିବେ । ଯୋଗ ଶିକ୍ଷକ ମଧ୍ୟ ରହିବେ, ପୂର୍ଣ୍ଣ ଭିତ୍ତିଭୂମି ରହିବ ।