ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଆଜି ହେବନି ଲାଗୁ , ଆହୁରି ଲାଗିବ ୨ ସପ୍ତାହ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେବ
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି କୁହାଯାଉଥିଲା । କିନ୍ତୁ ଆଜି ଏହାକୁ ଲାଗୁ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ସତ୍ୟଭାମାପୁର କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲରେ ମିଳିବ ଚିକିତ୍ସା ସୁବିଧା ।