fbpx

ବଦଳିଲା B.E.D., M.A.D. ଓ B.H.Dର ପ୍ରବେଶିକା ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଏଡ୍‍, ଏମ୍‍ଏଡ୍‍ ଓ ବିଏଚ୍‍ଏଡ୍‍ ପାଠ୍ୟକ୍ରମ ପାଇଁ ହେବାକୁଥିବା ନାମଲେଖା ପ୍ରବେଶିକା ତାରିଖରେ ପରିବର୍ତ୍ତନ କରାଯାଇଛି । ଚଳିତମାସ ୨୭ ଓ ୨୮ ତାରିଖରେ ଏହି ପରୀକ୍ଷା ହେବ । ପ୍ରବେଶିକା ପରୀକ୍ଷା ପାଇଁ ଚଳିତମାସ ୨୨ ତାରିଖରୁ ସାମ୍‍ସ ୱେବ୍‍ସାଇଟ୍‍ରେ ଆଡମିଟ କାର୍ଡ ଉପଲବ୍ଧ ହେବ । ରାଜ୍ୟର ୩୧ଟି ଶିକ୍ଷାନୁଷ୍ଠାନରେ ୨ହଜାର ୭୫୦ଟି ଆସନ ପାଇଁ ୯୩ହଜାର ୯୦୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ସେନେଇ ଦୃଷ୍ଟି ଦିଆଯିବ । ରାଜ୍ୟରେ କେତେ କଲେଜ ରହିଛି କେତେ ସିଟ୍ ଅଛି ସମସ୍ତ ତଥ୍ୟ ୱେବସାଇଟରେ ଦିଆଯାଇଛି । ଯାହାଫଳରେ ପିଲାମାନେ ସହଜରେ ଜାଣିପାରିବେ ।

ତେବେ ପୂର୍ବରୁ ଏହି ପ୍ରବେଶିକା ପରୀକ୍ଷା ୨୪ ଓ ୨୫ ତାରିଖରେ ହେବାର ଥିଲା । ଜୁନ୍ ୨୪ ତାରିଖରେ ବିଏଡ୍ ଏବଂ ବିଏଚ୍‌ଏଡ୍ ଏବଂ ୨୫ ତାରିଖରେ ଏମ୍‌ଏଡ୍ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.