ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ବିଶ୍ୱ ଭୟଭୀତ: ୨୦୨୫ରେ ପୃଥିବୀକୁ ଆସିବେ ଏଲିଅନ୍ !

୨୦୨୫ରେ ବିଶ୍ୱରେ ଅନେକ ଅପ୍ରତ୍ୟାଶିତ ଘଟଣା ଘଟିପାରେ। ଏକଥା ଆମେ କହୁନୁ । ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ପାଇଁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି,ଏହି ବର୍ଷ ମଣିଷ ୨୦୨୫ରେ ଅଲୌକିକ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବ। ବାବା ଭେଙ୍ଗାଙ୍କୁ ବାଲକାନ୍ ଅଞ୍ଚଳର ନୋଷ୍ଟ୍ରାଡାମସ୍ କୁହାଯାଏ। ବାବା ଭେଙ୍ଗା ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ।

ବିଶ୍ୱ ବିଷୟରେ ତାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ୯/୧୧ ଆକ୍ରମଣ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ବିଶ୍ୱର ସେହି ଭବିଷ୍ୟବକ୍ତାଙ୍କ ମଧ୍ୟରେ ଅନ୍ୟତମ ଯାହାଙ୍କ ଉପରେ ସମଗ୍ର ବିଶ୍ୱ ବିଶ୍ୱାସ କରେ।

ବାବା ଭେଙ୍ଗାଙ୍କ ବ୍ୟତୀତ ବ୍ରାଜିଲର ଭବିଷ୍ୟବକ୍ତା ଆଥୋସ୍ ସାଲୋମେ ମଧ୍ୟ ଏଲିଅନ୍ ସହିତ ସମ୍ପର୍କର ଭବିଷ୍ୟବାଣୀ କରିଛନ୍ତି। ସାଲୋମଙ୍କୁ ନୋଷ୍ଟ୍ରାଡାମସ୍ ସହିତ ମଧ୍ୟ ତୁଳନା କରାଯାଏ। ଆଥୋସ୍ ସାଲୋମଙ୍କୁ ଦି ଲିଭିଙ୍ଗ୍ ନୋଷ୍ଟ୍ରାଡାମସ୍ ଭାବରେ ଜଣାଯାଏ। ଉଭୟ ଭବିଷ୍ୟବକ୍ତା ବିଶ୍ୱାସ କରନ୍ତି ଯେ, ଗବେଷକମାନେ ୨୦୨୫ରେ ଏଲିଅନ୍ ଜୀବନର ଆବିଷ୍କାରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବେ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୫ରେ, ଏକ ‘ପ୍ରମୁଖ କ୍ରୀଡା ଇଭେଣ୍ଟ’ ସମୟରେ ପୃଥିବୀ ଏଲିଅନଙ୍କ ସହିତ ସମ୍ପର୍କ ସ୍ଥାପନ କରିବ। ମହିଳା ୟୁରୋ ଫାଇନାଲ୍, ମହିଳା ରଗ୍ ବି ବିଶ୍ୱକପ୍ ଏବଂ ଫର୍ମୁଲା ୧ ଦୌଡ଼ ନିକଟତର ହେବା ସହିତ ଏଲିଅନ୍ ସହିତ ସମ୍ପର୍କର ଘଟଣା କେବେ ଘଟିବ ସେ ବିଷୟରେ ପ୍ରଶ୍ନ ଉଠିଛି।

ବ୍ରାଜିଲର ଆଥୋସ୍ ସାଲୋମ ମଧ୍ୟ ବିଶ୍ୱାସ କରନ୍ତି ଯେ, ଜେମ୍ସ ୱେବ୍ ଟେଲିସ୍କୋପ୍ ଯୋଗୁ ବିଶ୍ୱ ଏଲିଅନଙ୍କ ଆବିଷ୍କାରର ବହୁତ ନିକଟତର। ସେ କହିଛନ୍ତି, ଜେମ୍ସ ୱେବ୍ ଟେଲିସ୍କୋପ୍ ଯୋଗୁ ମାନବଜାତି ଶେଷରେ ଅନ୍ୟ ଏକ ଗ୍ରହରେ ଜୀବନର ଅସ୍ତିତ୍ୱର ଉତ୍ତର ପାଇବ। ଆମେରିକା ସରକାର ମଧ୍ୟ ବିଶ୍ୱ ସମ୍ମୁଖରେ UFO ଫାଇଲ୍ ଆଣିପାରିବେ।

ବୈଜ୍ଞାନିକମାନେ ସମ୍ପ୍ରତି ସୌରମଣ୍ଡଳ ବାହାରେ ଏକ ଅଦ୍ଭୁତ ବସ୍ତୁ ବି ଦେଖିଛନ୍ତି, ଯାହା ଘଣ୍ଟା ପ୍ରତି ୨.୧୭ ଲକ୍ଷ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଝଡ଼ ବେଗରେ ମାଡ଼ି ଆସୁଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏହା ବଡ଼ ପଥର ନୁହେଁ ବରଂ ଏକ ଏଲିଅନ୍ ସ୍ପେସଶିପ୍ ହୋଇପାରେ। ଏହାକୁ 3I/ATLAS ନାମ ଦିଆଯାଇଛି।

ଆମେରିକାର ମହାକାଶ ସଂସ୍ଥା NASA ଜୁଲାଇ ୧ରୁ ଏହି ବସ୍ତୁ ଉପରେ ନଜର ରଖିଛି। NASA କହିଛି ଯେ, ୩୦ ଅକ୍ଟୋବରରେ ଏହି ମହାକାଶଯାନ ସୂର୍ଯ୍ୟର ସବୁଠାରୁ ନିକଟତର ହେବ। NASA କହିଛି, ପ୍ରୋଜେକ୍ସନ ଅନୁସାରେ, ଏହି ବସ୍ତୁ ପୃଥିବୀଠାରୁ ୨୧୦ ନିୟୁତ କିଲୋମିଟର ଦୂରତାରେ ଅତିକ୍ରମ କରିବ। ଆମକୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ତଥାପି ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହି ବସ୍ତୁ ଏକ ମହାକାଶଯାନ ନା ଧୂମକେତୁ।

ନାସାର ଏହି ଆକଳନ ଏବଂ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରୁ ସାରା ବିଶ୍ୱବାସୀ ଏବେ ଭୟଭୀତ । ସତ ହେବ କି ଆଉ ବାବାଙ୍କ ଭବିଷ୍ୟବାଣୀ ବୋଲି ଚର୍ଚ୍ଚା ହେଉଛି ।