ବାରଙ୍ଗ: ନନ୍ଦନକାନନରେ ବବୁନ ମାଙ୍କଡ଼ ଜଗାର ମୃତ୍ୟୁ । ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚାଲିଥିଲା ଚିକିତ୍ସା ।
ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା ଜଗା । ଜଗା ବିଷୟରେ ବେଶୀ ସୂଚନା ନ ଥିଲେ ମଧ୍ୟ ନନ୍ଦନକାନନ ବୁଲିବାକୁ ଆସୁଥିବା ଲୋକଙ୍କୁ ଜଗା ଖୁବ୍ ପସନ୍ଦ ଥିଲା । ବାର୍ଦ୍ଧକ୍ୟ କାରଣରୁ ସେ ଦୁର୍ବଳ ହୋଇଯାଇଥିଲା ।
ବବୁନ ପ୍ରଜାତିର ଥିଲା ଜଗା । ଏମାଙ୍କଡ଼ଙ୍କ ଉଚ୍ଚତା ୭୦ ସେଣ୍ଟିମିଟର ହୋଇଥାଏ । ଏମାନଙ୍କ ଓଜନ ୧୦ କିଲୋଗ୍ରାମରୁ ୩୦ କିଲୋଗ୍ରାମ ହୋଇଥାଏ ।
ବବୁନ ପ୍ରଜାତିର ମାଙ୍କଡ଼ର ଜୀବନକାଳ ୩୫ ବର୍ଷରୁ ୪୫ ବର୍ଷ ହୋଇଥାଏ ।