fbpx

(Video) ରାତି ଅଧରେ ଶୁଭେଚ୍ଛୁଙ୍କ ସାମ୍ନାକୁ ଆସିଲେ ‘ବାବୁସାନ୍’: କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ବାବୁସାନ୍-ତୃପ୍ତି-ପ୍ରକୃତି କଳି ଥମିବାର ନାଁ ନେଉନାହିଁ । ବାବୁସାନଙ୍କର ଗୋଟିଏ ପଟେ ପତ୍ନୀ ତ ଆଉ ଗୋଟେ ପଟରେ ଅଛନ୍ତି ବାନ୍ଧବୀ । ଏହାରି ମଧ୍ୟରେ ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ନିଜ ବାପା-ମାଙ୍କ ପାଖକୁ ଆସିବା ପରେ ସେ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ତାଙ୍କ ପ୍ରତି ପ୍ରତିକ୍ରିୟା ଜାଣିବାକୁ ମିଡିଆ ଭାଇମାନେ ଚାହିଁ ରହିଥିବା ବେଳେ ରାତିରେ ‘ବାବୁ’ ନିଜ ଶୁଭେଚ୍ଛୁୂଙ୍କ ସହ ଦେଖା କରିଥିବା ଜଣାପଡିଛି ।

ତେବେ ରାତିି ଅଧରେ ବାବୁସାନ୍ ନିଜ ଶୁଭେଚ୍ଛୁଙ୍କ ସହ ଦେଖା କରିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ସେ ଘର ବାହାରେ ଦେଖା କରିଥିବା ପରେ ପୁଣି ଘର ଭିତରକୁ ଚାଲିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ବାବୁସାନଙ୍କ ପ୍ରତିକ୍ରିୟାକୁ ସାରା ଓଡ଼ିଶା ଚାହିଁ ରହିଥିବା ବେଳେ ତାଙ୍କର ମାଆ ଅପରାଜିତା ମହାନ୍ତି ୨ ଦିନ ସମୟ ମାଗିଛନ୍ତି । ଏହାରି ମଧ୍ୟରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୃପ୍ତିଙ୍କ ପକ୍ଷରୁ ଆଗତ ମାମଲାରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ପତ୍ନୀଙ୍କ ପକ୍ଷରୁ ଆଗତ ଏତଲାରେ ବାବୁସାନ ଅଭିଯୁକ୍ତ ରହିଛନ୍ତି । ବାବୁସାନଙ୍କ ନାମରେ ଦଫା ୪୯୮(କ), ୫୦୬ରେ ମାମଲା ଦାୟର କରିଥିଲେ ତୃପ୍ତି । ତେବେ ହାଇକୋର୍ଟରୁ ବାବୁଙ୍କୁ ଜାମିନ ମିଳୁଛି କି ନା ତାହା ଆଗକୁ ଜଣାପଡ଼ିବ । ଆପୋଷ ବୁଝାମଣା ଭିତ୍ତିରେ ପାରିବାରିକ ମାମଲାର ସମାଧାନ ହେଉ ବୋଲି ବାବୁଙ୍କ ଅଗଣିତ ପ୍ରଶଂସକ, ସିନେପ୍ରେମୀ, ଶୁଭେଚ୍ଛୁ କାମନା କରୁଛନ୍ତି ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁ-ପ୍ରକୃତି ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଛି । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Get real time updates directly on you device, subscribe now.