fbpx

(Video) ଥାନାରୁ ବାହାରିଲେ ବାବୁସାନ୍: ପଚରାଉଚରାକୁ ନେଇ ଏପରି କହିଲେ ଥାନା IIC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିଉଡ ଅଭିନେତା ବାବୁସାନ ମହାନ୍ତି ଏବେ ବିବାଦରେ ଫସିଛନ୍ତି । ବାବୁସାନ୍, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଚାଲିଥିବା କଳି ମଧ୍ୟରେ ଆଜି ଥାନାରେ ପହଞ୍ଚିଥିଲେ ଅଭିନେତା । ମାଆ ଅପରାଜିତାଙ୍କ ସହ ଖାରବେଳ ଥାନାକୁ ଯାଇଥିଲେ ବାବୁସାନ୍ । କିଛି ସମୟ ପଚରାଉଚରା ପରେ ସେ ବାହାରକୁ ଆସିଥିଲେ, କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନଦେଇ ଫେରିଯାଇଥିଲେ ବାବୁସାନ୍ ।

ଅନ୍ୟପଟେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଖାରବେଳନଗର ଥାନା ଅଧିକାରୀ । ଥାନା ଆଇଆଇସି ଅରୁଣ ସ୍ୱାଇଁଙ୍କ କହିବା ମୁତାବକ, ‘ପଚରାଉଚରା ବେଳେ ବାବୁସାନ ପୋଲିସକୁ ସହଯୋଗ କରିଛନ୍ତି । ଜେରା ବେଳେ ବାବୁସାନଙ୍କ ସହ ତାଙ୍କ ମା’ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ । ତଦନ୍ତ ପାଇଁ ଯାହା ଆବଶ୍ୟକ, ତାହା ପଚରାଯାଇଥିଲା ।’

ତେବେ ପତ୍ନୀଙ୍କ ଅଭିଯୋଗ ଆଧାରରେ ଜେରା ପାଇଁ ଥାନାରେ ପହଞ୍ଚିଥିଲେ ବାବୁସାନ । ଇଣ୍ଟରୋଗେସନ ପରେ ପ୍ରତିକ୍ରିୟା ଦେବି ବୋଲି ବାବୁସାନ କହିଥିଲେ । ଭିଡକୁ ଦୃଷ୍ଟିରେ ରଖି ପୋଲିସ ଷ୍ଟେସନରେ ମଧ୍ୟ ବିପୁଳ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଆଜି ବାବୁସାନଙ୍କ ଜନ୍ମଦିନ । ଫଳରେ ବାବୁସାନ ନିଜ ଘରର ବାଲକୋନିକୁ ଆସି ପ୍ରଶଂସକଙ୍କ ସହ କଥା ହୋଇଥିଲେ । ଶୁଭେଚ୍ଛା ପାଇଁ ପ୍ରଶଂସକଙ୍କୁ ଧନ୍ୟବାନ ଜଣାଇଥିଲେ ବାବୁସାନ ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ଏହା ସହ ଓଲିଉଡରେ ନିଶା ଦ୍ରବ୍ୟ ବ୍ୟବହାର ନେଇ ଥାନାରେ ଏତଲା ଦେଇଛି କଳିଙ୍ଗ ସେନା ।

Get real time updates directly on you device, subscribe now.