fbpx
BJD SKY
BJD SKY

ଓଲିଉଡ ଷ୍ଟାର ଲଭ୍ ଷ୍ଟୋରି: ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିଲେ ବାବୁସାନ-ପ୍ରକୃତି, ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ ଷ୍ଟୋରୀ ଆଜି ସାରା ଓଡ଼଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ।

ତେବେ ବାବୁ-ପ୍ରକୃତିଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁହେଁ ଚେନ୍ନାଇର ଗୋଟିଏ ହୋଟେଲରେ ରହୁଥିବା ନେଇ ଖୁଲାସା ହୋଇଛି । ଏନେଇ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ହୋଟେଲରେ ବାବୁସାନ ରହୁଥିଲେ ଉକ୍ତ ହୋଟେଲରେ ମଧ୍ୟ ପ୍ରକୃତି ରହୁଥିବା କୁହାଯାଉଛି । ତେବେ ପୂର୍ବରୁ ବାବୁ ଓ ପ୍ରକୃତି ଯେଉଁ ଭିଡିଓ ପୋଷ୍ଟ କରୁଥିଲେ, ସେମାନେ ଗୋଟିଏ ସ୍ଥାନରେ ଭିଡିଓ ଶୁଟ୍ କରି ପୋଷ୍ଟ କରୁଥିବା ଅନୁମାନ କରାଯାଉଥିଲା । ଏବେ ସାମ୍ନାକୁ ଆସିଥିଲା ଭିଡିଓରେ ଅନ୍ୟ ଜଣେ ଯୁବତୀକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଇତିମଧ୍ୟରେ ପ୍ରକୃତି ଭୁବନେଶ୍ୱର ଫେରି ଆସିଥିବା ବେଳେ ପୋଲିସ ତାଙ୍କ ଘରକୁ ଯାଇ ତାଙ୍କୁ ଜେରା କରିଛି । ଅନ୍ୟପକ୍ଷରେ ବାବୁସାନ ଏବେ କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ଚେନ୍ନାଇକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ଅନ୍ୟ କଳାକାରମାନେ ଭୁବନେଶ୍ୱର ଫେରିଆସିଥିବା ବେଳେ ବାବୁସାନ କିନ୍ତୁ ଫେରିନାହାନ୍ତି । ତେବେ ଏହି ଘଟଣାରେ ପୋଲିସ ପୂର୍ବରୁ ବାବୁ ଓ ପ୍ରକୃତିଙ୍କୁ ସମନ ଜାରି କରିଥିଲା । ଏହି ଘଟଣା ସହିତ ଜଡ଼ିତ ଅନ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ପୋଲିସ ଏହା ମଧ୍ୟରେ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.