fbpx

୩୩ ହଜାର ଫୁଟ୍ ଉଚ୍ଚରେ ଶିଶୁକୁ ଜନ୍ମ ଦେଲେ ମହିଳା, ନାଁ ରଖିଲେ ‘ପବନ’

ନୂଆଦିଲ୍ଲୀ: ତାଲିବାନ ମାନଙ୍କ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇବା ପରେ ସେଠାରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଆଫଗାନୀ ନାଗରିକ ମାନେ ଦେଶ ଛାଡ଼ିବାକୁ ବ୍ୟାକୁଳ ହେଉଛନ୍ତି । ଏଥିରେ ଅନେକ ସଂଖ୍ୟାରେ ଲୋକ ନିଜ ଲୋକ ମାନଙ୍କ ଠାରୁ ଦୂରେଇ ଯାଇଛନ୍ତି ଓ କାହାର ପ୍ରାଣ ଚାଲି ଯାଇଛି । ତେବେ ଇତି ମଧ୍ୟରେ ଏକ ଖୁସିଖବର ଶୁଣିବାକୁୂ ମିଳିଛି । ଜଣେ ମହିଳା ୩୩ ହଜାର ଫୁଟ୍ ଉଚ୍ଚରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି । ଦୁହେଁ ସୁସ୍ଥ ଥିବା ବେଳେ ମହିଳା ଜଣକ ନିଜ ସନ୍ତାନର ନାମ ରଖିଛନ୍ତି ‘ହୱା’ (Havva)।

ଡେଲି ମେଲ୍ ର ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ରହୁଥିବା ସୋମନେ୍ ନୁରୀ ତାଲିବାନିଙ୍କ କବଜା ପରେ ଦେଶ ଛାଡ଼ି ସାରିଥିଲେ । ଦୁବାଇରୁ ସେ ବର୍ମିଂଘମ୍ କୁ ଫ୍ଲାଇଟ୍ ରେ ଯାଉଥିଲେ । ଯେହେତୁ ସେ ଗର୍ଭବତୀ ଥିଲେ ତେଣୁ ବିମାନରେ ହିଁ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ବିମାନରେ କେହି ଡାକ୍ତର ବି ନଥିଲେ । ଏହି ସମୟରେ ତୁର୍କି ଏୟାରଲାଇନନ୍ସର କ୍ୟାବିନ୍ କ୍ରୁ ମାନେ ବିମାନରେ ମହିଳାଙ୍କର ଡେଲିଭେରି କରାଇଥିଲେ । ଆଉ ଶିଶୁଟି ଜନ୍ମ ହେବାପରେ ତାର ନାମ ରଖିଥିଲେ ହୱା । ତେବେ ଏହା ହେଉଛି ମହିଳାଙ୍କର ତୃତୀୟ ସନ୍ତାନ । ମହିଳାଙ୍କୁ ୨୬ ବର୍ଷ ହୋଇଥିବା ବେଳେ ସ୍ୱାମୀ ତାଜ୍ ମହମ୍ମଦ୍ ହେଉଛନ୍ତି ୩୦ ବର୍ଷିୟ ।

Get real time updates directly on you device, subscribe now.