ହେ ଭଗବାନ…ଏମିତି ଦୁଃଖ କାହାରି ଜୀବନରେ ନ ଆସୁ… ଶୋଷରେ ଛୁଆ ଛଟପଟ ହୋଇ ମରିଗଲା, ମା’ ଛିଡ଼ା ରହିଗଲା

ସବୁ ସୀମା ଟପିଗଲା ଦୁଃଖ । ପାଣି ପିଇବାକୁ ମରଣ ଉପହାର ।

ଜୈସାଲମିର: ରାଜସ୍ଥାନ ଜୈଶାଲମିରରେ ଦେଖିବାକୁ ମିଳିଛି ଏକ କରୁଣ ଘଟଣା । ରବିବାର ଦିନ ଜୈଶାଲମିରର ସନୱାତା ଗ୍ରାମରେ ପାଣିପାଇଁ ଚାଲିଗଳା ଛୁଆ ଓଟର ଜୀବନ ।

ଶୋଷ ମେଣ୍ଟାଇବା ପାଇଁ ପାଣି ଖୋଜି ଖୋଜି ଓଟ ଛୁଆଟି ଟ୍ୟାଙ୍କରେ ପଡ଼ିଯାଇଥିଲା । ଛୁଆର ମା’ ଏହାକୁ ଦେଖୁଥିଲା, ଆଉ କିଛି କରିପାରୁ ନ ଥିଲା । ଆଖପାଖରେ ଲୋକ ନ ଥିବା କାରଣରୁ ଓଟକୁ କେହି ଉଦ୍ଧାର ମଧ୍ୟ କରିପାରି ନ ଥିଲେ ।

ଯାହାଫଳରେ ମା’ ଆଖି ସାମ୍ନାରେ ଛୁଆଟି ପ୍ରାଣ ହାରି ଦେଇଥିଲା ଆଉ ତା’ ମା’ ନୀରବ ଦ୍ରଷ୍ଟା ସାଜି ଦେଖୁଥିଲା । କିଛି ସମୟ ପରେ ସେହିବାଟ ଦେଇ କିଛି ଲୋକ ଯାଉଥିବାବେଳେ ମା’ ଓଟଟିକୁ କାନ୍ଦିବାର ଦେଖିଥିଲେ ।

ଓଟଟି ଟାଙ୍କର ଆଡକୁ ଚାହିଁ କାନ୍ଦୁଥିବାବେଳେ ସେହିବାଟ ଦେଇ ଯାଉଥିବା ଲୋକମାନେ ଟ୍ୟାଙ୍କ ଭିତରକୁ ଯାଇ ଦେଖିଲାବେଳକୁ ଓଟ ଛୁଆଟି ବେକମୋଡି ପାଣି ଟାଙ୍କରେ ପଡ଼ି ରହିଥିଲା ।

ଏହା ଦେଖି ସେମାନେ ଓଟ ଛୁଆଟିକୁ ଟ୍ୟାଙ୍କ ଭିତରୁ ଉଦ୍ଧାର କରିଥିଲେ । ସ୍ଥରନୀୟ ଅଞ୍ଚଳରେ ୧୦ରୁ ୧୫ ଟି ପାଣି ଟ୍ୟାଙ୍କ ପଶୁଙ୍କ ପାଇଁ ଥିବାବେଳେ ସେଗୁଡ଼ିକ ଶୁଖି ଯାଇଛି ।

ସ୍ଥାନୀୟ ପ୍ରଶାସନକୁ ଏ ନେଇ ଜଣାଯିବା ପରେ ଟ୍ୟାଙ୍କରେ ପାଣି ସୁବିଧା କରିବା ପାଇଁ କାର୍ଯ୍ୟ କରୁଥିବା କୁହାଯାଉଛି ।