fbpx

(Video) ବାଥଟବ୍ ଭିତରେ ପଶି ମସ୍ତି କରୁଛି ହାତୀଛୁଆ: ଗାଧୋଇବା ବେଳର ଭିଡିଓ ଭାଇରାଲ

ଓଡ଼ିଶା ଭାସ୍କର: ଅନେକ ସୋସିଆଲ ମିଡିଆରେ ମଜାଦାର ଭିଡିଓ ସବୁ ପୋଷ୍ଟ ହୋଇଥାଏ । ଛୋଟ ପିଲା ବା ପଶୁ ପକ୍ଷୀମାନଙ୍କର ମସ୍ତି କରୁଥିବାର କିଛି ଭିଡିଓ ସମସ୍ତଙ୍କ ମନରେ ଖୁସି ଭରିଦିଏ । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗୋଟିଏ ହାତୀଛୁଆର ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ସାଉଁଟିଛି । ଇଣ୍ଟରନେଟରେ ଏହାର ଏକ ଭିଡିଓକୁ ଅନେକ ୟୁଜର ପସନ୍ଦ କରିବା ସହ ଏଥିରେ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି । ହାତୀର ଗାଧୋଇବା ବେଳର ଦୃଶ୍ୟ ଏବଂ ଏହାର ମଜାଦାର କାରନାମା ସମସ୍ତଙ୍କ ହୃଦୟକୁ ଛୁଇଁପାରିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ହାତୀ ଛୁଆ ପାଣି ଭର୍ତ୍ତି ଏକ ବାଥଟବ୍ ନିକଟରେ ବୁଲୁଥିବାର ଦେଖାଯାଇଛି । ଏହାପରେ ହାତୀଛୁଆଟି ବାଥଟବ୍ ଦେଖି ସେଥିରେ ପଶିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଇଛି । ତେବେ ଏଥିରେ ତିଳେ ହେଲେ ବିଳମ୍ବ ନ କରି ହାତୀଛୁଆଟି ସଙ୍ଗେ ସଙ୍ଗେ ବାଥ୍ ଟବ୍ ଭିତରକୁ ପଶିଯାଇଛି । ବାଥ୍ ଟବ୍ ଭିତରେ ପଶି ହାତୀ ଛୁଆଟି ଗାଧୋଇବାର ସମ୍ପୂର୍ଣ୍ଣ ମଜା ନେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହାକୁ ପ୍ରାୟ ୧.୧୩ ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ଏଥିରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି ।

ହାତୀ ଛୁଆଟିର ଏପରି କାରନାମା ପିଲାଠୁ ବୁଢା ସମସ୍ତଙ୍କ ମନରେ ଖୁସି ଭରି ଦେଇଛି । ଜଣେ ଟ୍ୱିଟର ୟୁଜର ଏହି ଭିଡିଓରେ ଲେଖିଛନ୍ତି, “ଦେଖନ୍ତୁ, ଏହା ଖୁବ ସୁନ୍ଦର… ଅପଲୋଡ କରିଥିବାରୁ ଧନ୍ୟବାଦ । ହାତୀଛୁଆର ଏମିତି ଚାପୁଳତା ଦେଖି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ପିଳାମାନେ ଖୁବ ଚଞ୍ଚଳ ଏବଂ ମଜାଦାର ହୋଇଥାନ୍ତି । ତେବେ ଏଭଳି ଅନେକ କମେଣ୍ଟ କରି ହାତୀଛୁଆଟିର ଏହି ସୁନ୍ଦର ଭିଡିଓକୁ ପସନ୍ଦ କରିଛନ୍ତି ୟୁଜର ।

Get real time updates directly on you device, subscribe now.