fbpx

ବିରଳ ପ୍ରସବ: ଗର୍ଭାଶୟ ବଦଳରେ ପେଟର ଗହ୍ୱରରୁ ଜନ୍ମ ନେଲା ଶିଶୁ

Advertisement

ନୂଆଦିଲ୍ଲୀ: ସାଧାରଣତଃ ଶିଶୁର ଜନ୍ମ ଗର୍ଭାଶୟରୁ ହୋଇଥାଏ । ଜନ୍ମ ସମୟରେ ଗର୍ଭାଶୟରେ ଶିଶୁଟି ଧୀରେ ଧୀରେ ବଢ଼ିଥାଏ । କିନ୍ତୁ ଏପରି ଏକ ମାମଲା ସାମନାକୁ ଆସିଛି ଯେଉଁଥିରେ ନବଜାତ ଶିଶୁଟି ଗର୍ଭାଶୟ ନୂହେଁ ବରଂ ପେଟର ଗହ୍ୱର (abdominal cavity) ରେ ବିକଶିତ ହୋଇଛି । ଯାହା ପରେ ତାକୁ ଜନ୍ମ ଦିଆଯାଇଛି । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅଧିକାଂଶ ଗର୍ଭଧାରଣରେ ଫର୍ଟିଲାଇଜଡ୍ ଭୃଣ ପ୍ଲେସେଣ୍ଟ୍ ସହିତ ଗର୍ଭାଶୟରେ ମଧ୍ୟରେ ବିକଶିତ ହୋଇଥାଏ । ସେଥିରେ ଅଧିକ ଦିନ ରହିବା ଦ୍ୱାରା ଶିଶୁକୁ ପୋଷକ ତତ୍ତ୍ୱ ଏବଂ ଅମ୍ଳଜାନ ମିଳିଥାଏ । ଏହି ପୋଷକ ତତ୍ତ୍ୱ ଗର୍ଭାଶୟ ଆବରଣରେ ରହିଥାଏ । କିନ୍ତୁ ଏହି ଶିଶୁ ମାମଲାରେ ଭୃଣ ଅନ୍ତନଳୀରେ ଜଡ଼ିତ ହୋଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଏକ ବିରଳ ଘଟଣା ।

ଏ ମାମଲାରେ ପ୍ରସୁତି ବିଭାଗର ବିଶେଷଜ୍ଞ ଡାକ୍ତର ଅଞ୍ଜଳୀ ଚୌଧୁରୀ କହିଛନ୍ତି ଯେ, ଯେଉଁ କ୍ଷେତ୍ରରେ ଫର୍ଟିଲାଇଜଡ୍ ଭୃଣ ପେଟର ଗହ୍ୱରରେ ବଢ଼ିଥାଏ । ତାହା ୪ ରୁ୫ ମାସ ପରେ ନଷ୍ଟ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେନାହିଁ । କିନ୍ତୁ ଏହି ମହିଳାଙ୍କ ମାମଲାରେ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଥାଏ । ପେଟର ଗହ୍ୱରରେ ଫର୍ଟିଲାଇଜଡ୍ ଭୃଣ ବିକଶିତ ହୋଇ ମଧ୍ୟ ଏହା ପୂର୍ଣ୍ଣ ଗର୍ଭଧାରଣ ହୋଇଥିଲା । ଆଉ ସୁରକ୍ଷିତ ଭାବରେ ଶିଶୁଟି ଜନ୍ମ ନେଇଥିଲ।। ଏହି ଶିଶୁଟିର ଜନ୍ମ ସୋମବାର ଦିନ ହୋଇଥିବା ବେଳେ ସର୍ଜରୀ ମାଧ୍ୟମରେ ପ୍ରସବ କରାଯାଇଥିଲା ।

ତେବେ ଏହି ଶିଶୁଟିର ଜଟିଳତା ସମ୍ପର୍କରେ ୬ଟି ଅଲଟ୍ରାସାଉଣ୍ଡ ପରେ ବି ଜଣାପଡ଼ିନଥିଲା । ଯାହା ଡାକ୍ତର ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଡାକ୍ତର ଚୌଧୁରୀ କହିଛନ୍ତି ଯେ, ମହିଳାଙ୍କ ପେଟର ଡାହାଣ ପାଶ୍ୱର୍ରେ ଶିଶୁଟି ରହିଥିଲା । ସେ ୭ମାସରେ ସେମାନଙ୍କ ପାଖକୁ ଆସିଥିଲେ । ଶିଶୁଟି ଡାହାଣ ପାଖରେ ଥିବାରୁ ସେହି ପଟରେ ଚାପ ପଡ଼ୁଥିବା ସେ ମହିଳା ଜଣକ କହିଥିଲେ । ଏହା ପରେ ପୁଣିଥରେ ନିରୀକ୍ଷଣ କରିବା ପରେ ଜଣାପଡ଼ିଥିଲା ଯେ ଶିଶୁଟି ଗର୍ଭାଶୟରେ ନୁହେଁ ବରଂ ପେଟର ଗହ୍ୱରରେ ରହିଛି । ଏନେଇ ପ୍ରସବ କରିଥିବା ଡାକ୍ତର ମାନେ କହିଛନ୍ତି । ବର୍ତ୍ତମାନ ଶିଶୁ ଏବଂ ମାଆ ଦୁହିଁଙ୍କର ଅବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ।

Get real time updates directly on you device, subscribe now.