fbpx

ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: IPL-2024ରେ ଖେଳିବେନି ଏହି ଷ୍ଟାର କ୍ରିକେଟର

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ଟିମକୁ ନେଇ ଯୋଜନା ଆରମ୍ଭ କରି ସାରିଛନ୍ତି । କିଛି ଦଳ ବର୍ତ୍ତମାନ ଖେଳାଳିମାନଙ୍କୁ ରିଲିଜ ଏବଂ ରିଟେନ୍ସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଇପିଏଲରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ଜଣେ ଷ୍ଟାର କ୍ରିକେଟର । କୌଣସ କାରଣ ନ ଦର୍ଶାଇ ଆଇପିଏଲରେ ଆଗକୁ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଖେଳାଳି । ତେବେ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଫ୍ରାଞ୍ଚାଇଜି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

ଗତବର୍ଷ ଆଇପିଏଲ-୨୦୨୩ରେ ଡେବ୍ୟୁ କରିଥିଲେ ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍ । ରାଜସ୍ଥାନ ରୋୟଲ୍ସ ରୁଟଙ୍କୁ ନିଜ ଦଳରେ ସାମିଲ କରିଥିଲା । କିନ୍ତୁ ସମ୍ପୂର୍ଣ୍ଣ ସିଜନରେ ମାତ୍ର ୩ଟି ମ୍ୟାଚ ଖେଳିଥିବା ବେଳେ ରୁଟ୍ ଆଶା ଅନୁସାରେ ବିଶେଷ ପ୍ରଦର୍ଶନ କରି ପାରି ନାହାନ୍ତି । ତେବେ ଆସନ୍ତ ଆଇପିଏଲ ପାଇଁ ଦଳ ରିଟେନ୍ସନ ଲିଷ୍ଟ ପ୍ରସ୍ତୁତ କରୁଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ ଆଉ ଆଇପିଏଲ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ରାଜସ୍ଥାନ ରୋୟଲ୍ସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । ରିଟେନ୍ସନ ଡେଡଲାଇନ ପୂର୍ବରୁ ଏହି ଖବର ଦେଇଛି ରାଜସ୍ଥାନ ଫ୍ରାଞ୍ଚାଇଜି ।

ରାଜସ୍ଥାନ ରୋୟଲ୍ସର ଡାଇରେକ୍ଟର କୁମାର ସାଙ୍ଗାକାରା କହିଛନ୍ତି ଯେ, ଦଳର ରିଟେନ୍ସନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରୁଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଆଗାମୀ ଆଇପିଏଲ-୨୦୨୪ରେ ରୁଟ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ କମ୍ ସମୟରେ ଦଳ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଛନ୍ତି ରୁଟ୍ । ତେବେ ଆମେ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ କରୁଛୁ ଏବଂ ଭବିଷ୍ୟତରେ ତାଙ୍କର ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ଶୁଭକାମନା ଜଣାଇଛି ରାଜସ୍ଥାନ ରୋୟଲ୍ସ ।

Get real time updates directly on you device, subscribe now.