fbpx
BSKY SKY
BSKY SKY

ପେଟିଏମ୍ ୟୁଜର୍ସଙ୍କ ଲାଗି ପୁଣି ଆସିଲା ଖରାପ ଖବର, ଏବେ (NHAI) ନେଲା ବଡ କାର୍ଯ୍ୟାନୁଷ୍ଠାନ

BSKY

ନୂଆଦିଲ୍ଲୀ: ଦେଶରେ ପେଟିଏମ୍ ଫାଷ୍ଟଟ୍ୟାଗର ୨ କୋଟି ୟୁଜର୍ସଙ୍କୁ ବଡ ଝଟକା ଲାଗିଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ((NHAI))ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌କୁ ଫାଷ୍ଟଟ୍ୟାଗ ସର୍ଭିସ୍ ଲାଗି ଲାଗି ୩୦ ଅଧିକୃତ ବ୍ୟାଙ୍କ ତାଲିକାରୁ ହଟାଇ ଦେଇଛି । ଏହାଫଳରେ ଏବେ ଫାଷ୍ଟଟ୍ୟାଗ ଜାରି କରିବା ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଅଧିକୃତ ବ୍ୟାଙ୍କ ଭାବରେ କାର୍ଯ୍ୟ କରିପାରିବ ନାହିଁ ।

(NHAI) ପକ୍ଷରୁ ଫାଷ୍ଟଟ୍ୟାଗ ୟୁଜର୍ସଙ୍କ ଲାଗି ଆଡଭାଇଜରୀ ଜାରି ହୋଇଛି । ଏଥିରେ ୟୁଜର୍ସଙ୍କୁ ୩୨ ବ୍ୟାଙ୍କରୁ ଫାଷ୍ଟଟ୍ୟାଗ କିଣିବା ଲାଗି ଅପିଲ କରାଯାଇଛି । ଏଥିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନାମ ନାହିଁ । ଏହି କାରଣରୁ ଏବେ ପେଟିଏମ୍ ଫାଷ୍ଟଟ୍ୟାଗ ୟୁଜର୍ସଙ୍କୁ ନୂଆ ଫାଷ୍ଟଟ୍ୟାଗ କ୍ରୟ କରିବାକୁ ହେବ । ତେବେ (NHAI) ଫାଷ୍ଟଟ୍ୟାଗ ସର୍ଭିସ୍ ଲାଗି ଯେଉଁ ବ୍ୟାଙ୍କ ଗୁଡିକୁ ତାଲିକାଭୁକ୍ତ କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସିଟି ୟୁନିୟନ ବ୍ୟାଙ୍କ ଇତ୍ୟାଦି ।

Get real time updates directly on you device, subscribe now.