ଶ୍ରୀ ମନ୍ଦିରରେ ପରିସ୍ରା କରିଦେଲା ଶିଶୁ, ଦେଢ଼ ଘଣ୍ଟା ଦର୍ଶନ ବ୍ୟାଘାତ

ପୁରୀ: ଶ୍ରୀମନ୍ଦିରରେ କରାଯାଇଛି ବଡ଼ ମହାସ୍ନାନ । ଜଣେ ଶିଶୁ ଦର୍ଶନ ବେଳେ ପରିସ୍ରା କରିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବା ସୂଚନା ।

ଏନେଇ ଦେଢ଼ ଘଣ୍ଟା କାଳ ଶ୍ରୀଜୀଉଙ୍କ ଦର୍ଶନ ବ୍ୟାଘାତ ହୋଇଥିଲା । ଠାକୁରଙ୍କ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତଙ୍କୁ ହଇରାଣ ବେହାକୁ ପଡ଼ିଛି ।

ମନ୍ଦିର ଭିତରେ ପରିସ୍ରା କରିବା ଦ୍ୱାରା ମନ୍ଦିର ଅପବିତ୍ର ହୋଇଯିବା ବିଶ୍ୱାସ ରହିଛି, ଯେଉଁ କାରଣରୁ ମହାସ୍ନାନ କରାଯାଇଥିବା ଖବର ପ୍ରକାଶ ପାଇଛି ।