ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି, ବନ୍ଦ ରହିଛି ସାଧାରଣ ଦର୍ଶନ

ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ ।

ଭୁବନେଶ୍ବର:  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହୋଇଛି ।

ଜୟବିଜୟ ଦ୍ବାର ନିକଟରେ କେହି ବାନ୍ତି କରିଦେବାରୁ ବଡ଼ ମହାସ୍ନାନ କରାଯାଇଥିବା ଜଣାପଡ଼ିଛି । ବଡ଼ ମହାସ୍ନାନ ପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ ।

ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ ।

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ ।

ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ । ଆଜି କେହି ବାନ୍ତି କରିଦେଇଥିବା ବେଳେ ମହାସ୍ନାନ କରାଯାଇଛି ।