fbpx

Breaking:ମହାନବମୀରେ ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା; ସାଧାରଣ ଦର୍ଶନ ବନ୍ଦ, ହନ୍ତସନ୍ତ ଭକ୍ତ

ପୁରୀ(ଓଡିଶାଭାସ୍କର): ଶ୍ରୀମନ୍ଦିରରେ ବଡ ମହାସ୍ନାନ । ମନ୍ଦିରରେ ରକ୍ତଛିଟା ପଡିବାରୁ କାଳିଆ ଠାକୁରଙ୍କର ବଡ ମହାସ୍ନାନ କରାଯାଇଛି । ବେହରଣ ଦ୍ବାର ଆଘାତରେ ଜଣେ ବ୍ୟକ୍ତି ଆହତ ରହିଥିବା ଜଣାପଡିଛି । ହାତ ଚାପି ହୋଇଯିବାକୁ ରକ୍ତ ବାହାରିଥିଲା । ସକାଳୁ ସୂର୍ଯ୍ୟପୂଜା ସମୟରେ ରକ୍ତଛିଟା ଦେଖାଯାଇଥିଲା । ଏହି କାରଣରୁ ଅବକାଶ ଏବଂ ବେଶ ପରେ ମହାସ୍ନାନ କରାଯାଇଛି । ତେବେ ଏହି ନୀତି ଯୋଗୁଁ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି । ଅନ୍ୟପଟେ କଳା ସାଆନ୍ତଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଡହଡହ ଖରାରେ ଅପେକ୍ଷା କରି ରହିଛନ୍ତି ଭକ୍ତ । ତେବେ ମହାନବମୀରେ ମନ୍ଦିରରେ ରକ୍ତ ପଡିବା ଅଶୁଭ ବୋଲି ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.