ହିନ୍ଦୁ ରାଜ୍ୟର ଦୁନ୍ଦୁଭି ଓଡ଼ିଶାରୁ ହିଁ ବାଜି ପାରିବ: ବାଗେଶ୍ୱର ବାବା
ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର କ୍ରିଷ୍ଣ ଶାସ୍ତ୍ର ଶାସ୍ତ୍ରଜୀ କହିଛନ୍ତି ଯେ ଏବେ ସମସ୍ତ ହିନ୍ଦୁଙ୍କ ପାଇଁ ଗୋଟିଏ ଉଦ୍ଦେଶ୍ୟ ପାଇଁ ଏକାଠି ହେବାର ସମୟ ଆସିଛି। ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ବିଗୁଲ୍ କେବଳ ଓଡ଼ିଶାରୁ ହିଁ ବାଜି ପାରିବ।
ପୁରୀ: ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର କ୍ରିଷ୍ଣ ଶାସ୍ତ୍ର ଶାସ୍ତ୍ରଜୀ ପୁଣି ଥରେ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ପୁରୀ ଗସ୍ତ ସମୟରେ, ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ଏକ ହିନ୍ଦୁ ରାଷ୍ଟ୍ର ହେବା ବିଷୟରେ ସାମ୍ବାଦିକମାନଙ୍କୁ ଏକ ବଡ଼ ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି ଯେ ଏବେ ସମସ୍ତ ହିନ୍ଦୁଙ୍କ ପାଇଁ ଗୋଟିଏ ଉଦ୍ଦେଶ୍ୟ ପାଇଁ ଏକାଠି ହେବାର ସମୟ ଆସିଛି। ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ବିଗୁଲ୍ କେବଳ ଓଡ଼ିଶାରୁ ହିଁ ବାଜି ପାରିବ।
୫ ଦିନିଆ ଭାଗବତ କଥା କାର୍ଯ୍ୟକ୍ରମ ଶେଷ କରି ଶ୍ରୀକ୍ଷେତ୍ରରୁ ବ୍ରହ୍ମପୁର ଅଭିମୁଖେ ଯାଇଛନ୍ତି ବାଗେଶ୍ଵର ଧାମର ବାବା। ମଙ୍ଗଳବାର ସେ ପେଣ୍ଠକଟା ହେଲିପ୍ୟାଡ୍ ରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଗନ୍ତବ୍ୟସ୍ଥଳକୁ ସ୍ଥଳକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଇଁ ବହୁ ଭିଡ଼ ଦେଖିବାକୁ ମିଳିଥିଲା। ପୁରୀରେ ରହିବା ସମୟରେ ଗଣମାଧ୍ୟମକୁ ସେ ଦେଇଥିବା ମତ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।
ରାଜ୍ୟର ପ୍ରଶଂସା କରି ସେ କହିଥିଲେ, ଓଡ଼ିଶା ଆଧ୍ୟାତ୍ମିକ ରାଜ୍ୟ। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ମନ ଗଦ୍ଗଦ୍ ହୋଇଯାଇଛି। ମହାପ୍ରସାଦ ପାଇ ମନ ପ୍ରସନ୍ନ ହୋଇଯାଇଛି। ଜଗନ୍ନାଥଙ୍କୁ ଆଳତି କରି ଅର୍ଜି ଲଗାଇଛନ୍ତି। ହିନ୍ଦୁ ରାଷ୍ଟ୍ରର ନିର୍ମାଣ ନିମନ୍ତେ ନିବେଦନ କରିଛନ୍ତି। ଜଗନ୍ନାଥଙ୍କ ଭୂମିରେ ଲଭ ଜିହାଦ ଓ ଧର୍ମାନ୍ତରିକରଣ କରୁଥିବା ବ୍ୟକ୍ତିଙ୍କୁ ମହାପ୍ରଭୁ ଉଚିତ୍ ଶିକ୍ଷା ଦିଅନ୍ତୁ। ମହାପ୍ରଭୁଙ୍କ ଦାରୁ ଯେଉଁ ନିମ୍ବ ଗଛରେ ହେଉଛି ଓ ସେହି ଗଛ ଯେତେ ଅଧିକ ସଂଖ୍ୟକ ଲାଗିବ ଏହା ମହାପ୍ରଭୁଙ୍କ ନିମନ୍ତେ ସେତିକି ପ୍ରସନ୍ନତାର ବିଷୟ ହେବ।
ହିନ୍ଦୁ ରାଜ୍ୟର ଦୁନ୍ଦୁଭି ଓଡ଼ିଶାରୁ ହିଁ ବାଜି ପାରିବ। ଯେକୌଣସି ପରି ସ୍ଥିତିରେ ପ୍ରତ୍ୟେକ ହିନ୍ଦୁଙ୍କ ସହଯୋଗ ଏଥିନିମନ୍ତେ ଆବଶ୍ୟକ। ଏତିକି ସହଯୋଗ ମିଳିଗଲେ ସେ ହିନ୍ଦୁ ରାଷ୍ଟ୍ର ପତିଷ୍ଠା କରିବାରେ ସଫଳତା ଦେଇଦେବେ। କେବଳ ହିନ୍ଦୁ ଦେଶରେ ରହିବେ ଓ ବାକି ସମସ୍ତଙ୍କୁ ଦେଶରୁ ବିଦା କରିବେ। ପୁରୀକୁ ଆଗାମୀ ଦିନରେ ଆସି ପଦଯାତ୍ରା କରି ହିନ୍ଦୁ ଜାଗରଣ କରିବେ। ୪ ଧାମର ପ୍ରାୟ ୨୦୦ ଜଣିଆ ଟିମ୍କୁ ନେଇ ଏହି ଯାତ୍ରା ଜାରି ରହିଛି। ଚଳିତ ବର୍ଷ ପୁଣି ପୁରୀ ଆସି ଗୋଟିଏ ମଣ୍ଡପରେ ଭାଗବତ କଥା କିମ୍ବା ହନୁମାନ ଚାଳିଶା କାର୍ଯ୍ୟକ୍ରମ କରିବେ।
ରାଜ୍ୟରେ ଗୋହତ୍ୟା ବହୁ ସଂଖ୍ୟାରେ ହେଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାକୁ ବନ୍ଦ କରିବାକୁ ଓ ଗୋ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେବା ଉଚିତ୍ ବୋଲି ସରକାରଙ୍କୁ ଆହ୍ଵାନ ଦେଇଛନ୍ତି। ଯେତେବେଳେ କି ମହାପ୍ରସାଦ ଗୋହତ୍ୟା ଭଳି ମହାପାପରୁ ମୁକ୍ତି ଦେଉଥିବାରୁ ଜଗନ୍ନାଥଙ୍କ ଗୁଣଗାନ ମଧ୍ୟ କରିଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ଗୋଟିଏ ଥାଳିରେ ସମସ୍ତେ ବସି ଖାଇପାରିବେ। ତେଣୁ ଏଠାରେ କେହି ଛୋଟ କିମ୍ବା ବଡ଼ ନୁହେଁ ଏବଂ ସମସ୍ତେ ସନାତନି ବୋଲି ସେ କହିଛନ୍ତି।