fbpx

ବାଗେଶ୍ୱର ବାବାଙ୍କ ଭାରତ ସରକାରଙ୍କୁ ଅପିଲ: ବାଂଲାଦେଶ ଅସୁରକ୍ଷିତ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦିଆଯାଉ

ନୂଆଦିଲ୍ଲୀ: ବାଗେଶ୍ବର ଧାମ ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ବାଂଲାଦେଶ ଏବଂ ସେଠାରେ ଥିବା ହିନ୍ଦୁଙ୍କ ପରିସ୍ଥିତି ସମ୍ପର୍କରେ ଭାରତ ସରକାରଙ୍କୁ ଏକ ବଡ଼ ଅପିଲ କରିଛନ୍ତି । ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ବର୍ତ୍ତମାନ ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ସବୁଠୁ ବଡ ବିପଦ ଦେଖାଦେଇଛି ।

ଖବର ଅନୁଯାୟୀ, ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଘର ଏବଂ ମନ୍ଦିର ଉପରେ ହେଉଥିବା ଆକ୍ରମଣ ହେଉଛି । ଏନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ବାଗେଶ୍ୱର ଧାମ ସରକାର ଧିରେନ୍ଦ୍ର ଶାସ୍ତ୍ରୀ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ବାଂଲାଦେଶରେ ବାସ କରୁଥିବା ହିନ୍ଦୁମାନଙ୍କ ପାଇଁ ସରକାର ବିଶେଷ ହୃଦୟ ସହିତ ଭାରତକୁ ଆସିବାକୁ ଅନୁମତି ଦେବା ଉଚିତ୍ । ନଚେତ୍ ଅତ୍ୟାଚାରରେ ଶିକାର ହେଉଥିବା ସେହି ଲୋକମାନେ କୁଆଡେ ଯିବେ ।

ସେ କହିଛନ୍ତି ଯେ ବାଂଲାଦେଶରେ ପରିସ୍ଥିତି ଦେଖି ସେ ଦୁଃଖିତ, ସେଠାରେ ବିଶୃଙ୍ଖଳା ଏବଂ ପଥର ଫିଙ୍ଗାଚାଲିଛି । ସେ ବାଂଲାଦେଶରେ ଶାନ୍ତି ପାଇଁ କାମନା କରିଛନ୍ତି । ଏନେଇ ସେ ତାଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଏକ ବାର୍ତ୍ତା ଜାରି କରିଛନ୍ତି ।

Get real time updates directly on you device, subscribe now.