fbpx

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଆରମ୍ଭ ହେଲା ମୃତଦେହ ହସ୍ତାନ୍ତର ପ୍ରକ୍ରିୟା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏମ୍‌ସରୁ ଶେଷକୃତ୍ୟ ପାଇଁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେଲା । ଚିହ୍ନଟ ହୋଇନଥିବା ଓ ଦାବିଦାର ନଥିବା ୨୮ଟି ମୃତଦେହ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ ଏମ୍‌ସରେ ରହିଥିଲା । ଆଜି ଚିହ୍ନଟ ହୋଇନଥିବା ୨୮ଟି ମୃତଦେହର ସଂସ୍କାର କରାଯିବ । ଶବ ସଂସ୍କାର ପାଇଁ ଖୋର୍ଦ୍ଧାର ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । BMCର ଏସଓପି ଅନୁସାରେ ଶବ ସଂସ୍କାର ସମୟରେ ସଂପୂର୍ଣ୍ଣ ସଂସ୍କାରର ଭିଡିଓଗ୍ରାଫି କରାଯିବ । ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାରର ଯାଏଁ ଭିଡିଓଗ୍ରାଫି ହେବ । ସମସ୍ତ ୨୮ ମୃତଦେହକୁ ଜାତୀୟ ମାନବ ଅଧିକାର କମିଶନଙ୍କ ଗାଇଡ୍ ଲାଇନ ହିସାବରେ ଦାହ କରାଯିବ। ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିବ BMC ।

Get real time updates directly on you device, subscribe now.