fbpx

ପାଠକ ବାପ-ପୁଅଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ସ୍କାଏକିଙ୍ଗ ଠକେଇ ମାମଲାରେ ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ କୋର୍ଟରେ ହାଜର କରାଯାଇଥିଲା । କମିଶନରେଟ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା । ତେବେ ଏଡିଜେ-୩ କୋର୍ଟ ବାପ-ପୁଅଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଅଭୟଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିଥିଲା । ପୂର୍ବରୁ ଆକାଶଙ୍କୁ ରିମାଣ୍ଡରେ ନେଇ ଜେରା କରାଯାଇଥିଲା । ଅଭୟକାନ୍ତ ପୁଅ ଆକାଶଙ୍କ ଠକେଇର ତଥ୍ୟ ପର୍ଦ୍ଦାଫାଶ କରିଛନ୍ତି । ଅଭୟକାନ୍ତ ନିଜେ ହିଁ ଆକାଶଙ୍କୁ ଟାଟା ମୋଟର୍ସର ନକଲି ଏମଡି ସଜାଇଥିଲେ । ଅଭୟଙ୍କ ଟଙ୍କାରେ ହୋଟେଲ ଓ ବିମାନ ବୁକିଂ କରାଯାଇଥିଲା ବୋଲି ସେ ସତ ମାନିଥିଲେ ।

Get real time updates directly on you device, subscribe now.