fbpx

Video; ବଜାଜ ଅଟୋ ଲଞ୍ଚ କଲା ବିଶ୍ୱର ପ୍ରଥମ ସିଏନଜି ବାଇକ; ଏକ KGରେ ଚାଲିବ ୧୦୨ KM

ମୁମ୍ୱାଇ: ଲଞ୍ଚ ହେଲା ବିଶ୍ୱର ପ୍ରଥମ ସିଏନଜି ବାଇକ । ପୁଣେରେ ବଜାଜ ଅଟୋର ପ୍ରଥମ ସିଏନ୍ଜି ବାଇକ୍ ଫ୍ରିଡମ୍ ର ହୋଇଛି ଶୁଭାରମ୍ଭ । ବଜାଜ ଫ୍ରିଡମ୍ ହେଉଛି ବିଶ୍ୱର ପ୍ରଥମ ସିଏନଜି ବାଇକ ଏବଂ ଆଜି ଏହାର ପୁଣେ କାରଖାନାରେ ଏହାର ଲଞ୍ଚ ହୋଇଛି । ବଜାଜ୍ ଫ୍ରିଡମ୍ ସିଏନ୍ ଜି ବାଇକ୍ କୁ ତିନୋଟି ଭାରିଆଣ୍ଟରେ ଲଞ୍ଚ୍ କରାଯାଇଛି ।

ଏହାର ବେସିକ୍ ଭାରିଆଣ୍ଟ ବଜାଜ୍ ଫ୍ରିଡମ୍ ଡ୍ରମ୍ ର ଏକ୍ସ ସୋ’ରୁମ୍ ମୂଲ୍ୟ ୯୫,୦୦୦ ଟଙ୍କା ରହିଛି। କମ୍ପାନୀ ଦାବି କରିଛି ଯେ ଏହି ବାଇକ୍ ଫୁଲ୍ ଟ୍ୟାଙ୍କିରେ ୩୩୦ କିଲୋମିଟର ରେଞ୍ଜ ମାଇଲେଜ ରହିବ । ଏଥିରେ ୧ କେଜି ସିଏନଜିରେ ୧୦୨ କିଲୋମିଟର ଏବଂ ୧ କେଜି ପେଟ୍ରୋଲରେ ୬୭ କିଲୋମିଟର ମାଇଲେଜ ରହିବ ।

ବଜାଜ ଫ୍ରିଡମ ବାଇକର ତିନୋଟି ଭାରିଏଣ୍ଟ

  1. ବଜାଜ ଫ୍ରିଡମ୍ ଡ୍ରମ୍ – ୯୫,୦୦୦ ଟଙ୍କା
  2. ବଜାଜ ଫ୍ରିଡମ୍ ଡ୍ରମ୍ ଏଲ୍ଇଡି- ୧,୦୫,୦୦୦ ଟଙ୍କା
  3. ବଜାଜ ଫ୍ରିଡମ୍ ଡିସ୍କ ଏଲଇଡି- ୧,୧୦,୦୦୦ ଟଙ୍କା

ବଜାଜ ଫ୍ରିଡମ୍ କୁ ୭ଟି ରଙ୍ଗରେ ଲଞ୍ଚ କରାଯାଇଛି, ଯେଉଁଥିରେ ମଡେଲଗୁଡ଼ିକ କ୍ୟାରିବିଆନ୍ ବ୍ଲୁ, ଏବୋନି ବ୍ଲାକ୍-ଗ୍ରେ, ଏବୋନି ବ୍ଲାକ୍-ରେଡ୍, ପିଉଟର ଗ୍ରେ-ବ୍ଲାକ୍, ପିଉଟର ଗ୍ରେ-ୟେଲୋ, ରେସିଂ ରେଡ୍ ୱିଥ୍ ସାଇବର ହ୍ୱାଇଟ୍ରେ ଉପଲବ୍ଧ ହେବ । ବଜାଜ ଫ୍ରିଡମ୍ ବାଇକରେ ୨ ଲିଟର ପେଟ୍ରୋଲ ଟାଙ୍କି+ ୨ ଲିଟର ସିଏନଜି ଟ୍ୟାଙ୍କ୍ ରହିଛି । ବଜାଜ ଫ୍ରିଡମ୍ ରେ ୧୨୫ସିସି ପେଟ୍ରୋଲ ଇଞ୍ଜିନ ରହିବ, ଯେଉଁଥିରେ ୯.୫ ପିଏସ୍ ପାୱାର ଏବଂ ୯.୭ ଏନଏମ ଟର୍କ ରହିବ ।

Get real time updates directly on you device, subscribe now.