Breaking: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର, ଶେଷ ଦର୍ଶନ ପାଇଁ ଏୟାରପୋର୍ଟରେ ନେତାଙ୍କ ଭିଡ଼
ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ।
ନୂଆଦିଲ୍ଲୀ: ଶେଷରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍ସରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ରାତି ୧୧ଟାରେ ପହଞ୍ଚିଛି ମରଶରୀର ।
ବିମାନ ବନ୍ଦର ବାହାରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଲା ମୃତଦେହ ।
ବ୍ୟାପକ ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର ଏୟାର୍ପୋର୍ଟ । ଶେଷ ଦର୍ଶନ ପାଇଁ ଏୟାରପୋର୍ଟରେ ନେତାଙ୍କ ଭିଡ଼ ଦେଖାଯାଇଛି । ନେତା, ମନ୍ତ୍ରୀ ସମସ୍ତେ ଏୟାରପୋର୍ଟରେ ପହଞ୍ଚିଛନ୍ତି ।
ପୀଡ଼ିତାଙ୍କ ମୃତଦେହ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କ ଜନ୍ମମାଟିକୁ ନିଆଯିବ । ଚିକିତ୍ସା ପାଇଁ ଯାଇଥିବା ବଳଙ୍ଗା ପୀଡିତା ଆଜି ଶବ ହୋଇ ଫେରିଛନ୍ତି ।
ମୃତଦେହ ଗ୍ରାମକୁ ଯିବା ସମୟରେ ସ୍ବତନ୍ତ୍ର କାରକେଡ଼ ଓ 6 ପ୍ଲାଟୁନ ଫୋର୍ସ ମୁତୟନ ହେବା ନେଇ ଭୁବନେଶ୍ବର ଡିସିପି ଜଗମୋହନ କହିଛନ୍ତି । ବଳଙ୍ଗା ପୀଡ଼ିତାଙ୍କ ମରଶରୀର ତାଙ୍କ ଗାଁ କବରସ୍ତାନରେ କବର ଦିଆଯିବ ।
ମୃତଦେହ ପହଞ୍ଚିବା ପୂର୍ବରୁ ଗାଁମାଟିର କବରସ୍ତାନରେ କବର ଖୋଳା ଯାଇଛି । ପ୍ରକାଶଥାଉକି, ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।