ବଲାଙ୍ଗିର: ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ଶୁଲିଆ ଯାତ୍ରା ପାଳନ ହେବ । ଦେଓଗାଁ ବ୍ଲକ ଖଇରୁଡ଼ାରେ ପାଳନ ହେବ ଶୁଲିଆ ଯାତ୍ରା । ପ୍ରଶାସନ ସହ ଆଲୋଚନା ପରେ ପରମ୍ପରା ଅନୁସାରେ ଯାତ୍ରା ପାଳିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଯାତ୍ରାରେ ପାଶୁ ବଳିର ପରମ୍ପରା ରହିଛି । ଶୁଲିଆ ପୀଠରେ ମାନସିକଧାରୀମାନେ ପଶୁ ବଳି ଦେଇଥାନ୍ତି । ଯାତ୍ରାକୁ ନେଇ ଆଦିବାସୀ ସମ୍ପ୍ରଦାୟ ବେଶ୍ ଉଲ୍ଲସିତ ଥିବାବେଳେ ପଶୁ ବଳିରେ ରକ୍ତାକ୍ତ ହୋଇଥାଏ ପୀଠ । ପୂର୍ବ ଦିନମାନଙ୍କରେ ପ୍ରଶାସନୀକ ସ୍ଥରରେ ପଶୁ ବଳିକୁ ବାରଣ କରାଯାଇଥିବାବେଳେ କିନ୍ତୁ ନିର୍ଦ୍ଦେଶକୁ ମାନନ୍ତିନି ଲୋକେ ।