fbpx

ସୋର; ନିଖୋଜର ୫ ଦିନ ପରେ ପାହାଡ଼ ଉପରୁ ମିଳିଲା ୩ ଜଣଙ୍କ ମୃତଦେହ; ହତ୍ୟା ସନ୍ଦେହ

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ଔପଦା ଥାନା ବରପଦା ଗାଁ ନିକଟ ପାହାଡ଼ରୁ ମିଳିଲା ୩ ଜଣଙ୍କ ମୃତଦେହ । ଗତ ରବିବାର ରାତିରୁ ନିଖୋଜ ଥିଲେ ଗାଁର ୨ ମହିଳା, ଜଣେ ପୁରୁଷ । ପାହାଡ଼ ଉପରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ୬ ଜଣଙ୍କୁ ଥାନାରେ ଅଟକ ରଖିଛି ଔପଦା ଥାନା ପୋଲିସ । ତେବେ କିଏ କେଉଁ ପରିସ୍ଥିତିରେ ଏପରି କରିଛି ତାହା ଜଣା ପଡ଼ିନାହିଁ ।

ଏଭଳି ଘଟଣାକୁ ଗରୁତର ଭାବେ ନେଇ ଛାନଭିନ୍ ଚଳାଇଛି ଔପଦା ଥାନା ପୋଲିସ । ସବୁଠୁ ବଡ଼ କଥା ହେଉଛି ମୃତ ମହିଳା ଓ ପୁରୁଷ କେଉଁ କାରଣ ପାଇଁ ପାହାଡ଼ ଉପରକୁ ଯାଇଥିଲେ, କିଏ ତାଙ୍କୁ ହତ୍ୟା କରିଲା ନା ଆଉ କିଛି କାରଣ ପାଇଁ ତାଙ୍କର ମୃତ୍ୟୁ ଘଟିଲା ତାହା ତଦନ୍ତ ପରେ ଜଣା ପଡ଼ିବ । ତେବେ ଏପରି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଲୋକଙ୍କ ମଧ୍ୟରେ କୋଉଠି ନା କୋଉଠି ଭୟ ଦେଖାଦେଇଛି । ଏକାଥରରେ ତିନି ତିନି ଜଣଙ୍କ ଏଭଳି ମୃତ୍ୟୁ କିଛି ଛୋଟକଥା ନୁହେଁ ।

Get real time updates directly on you device, subscribe now.