ବାଲେଶ୍ୱର; ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ By Development Last updated Jan 13, 2024 at 1:50 PM Share ବାଲେଶ୍ୱର: (ଓଡ଼ିଶା ଭାସ୍କର) ଦୀର୍ଘଦିନର ଅପେକ୍ଷାର ଅନ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍। ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଥିବା ବେଳେ ଅନେକ ଲୋକ ସେଠାରେ ଏକାଠି ହୋଇଛନ୍ତି । ନୀଳଗିରି ବ୍ଲକ୍ ଗୋପୀନାଥପୁର ଯାଏ ମାଲ୍ବାହୀ ଟ୍ରେନ୍ ଚାଲିବା ନେଇ ପୂର୍ବରୁ ରେଳଲାଇନ୍ ଥିଲା। ଫଳରେ ଉକ୍ତ ରେଳଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିଲା। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଧାୟକ ଥିବା ବେଳେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ନୀଳଗିରି ଗୋପୀନାଥପୁର ନିକଟରେ ନଵ ନିର୍ମିତ ରେଳ ଷ୍ଟେସନରୁ ଗଡିବ ନୂତନ ଟ୍ରେନ। ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ଵର ଯିବା ଆସିବା କରିବ ଟ୍ରେନ୍ । ପରବର୍ତ୍ତି ପରର୍ଯ୍ୟାୟରେ ନୀଳଗିରି ରୁ ଭୁବନେଶ୍ୱର ଓ କଲିକତାକୁ ଟ୍ରେନ ଚଳାଚଳ ହେବ। ଆହୁରି ପଢନ୍ତୁ PM Kisan Yojana: ଏହି ଦିନ ଆପଣଙ୍କ ବ୍ୟାଙ୍କ… Premanand Ji Maharaj: ୧୦୦ ଜଣ ଝିଅଙ୍କ… Share