fbpx

Video; ଧର୍ମଶାଳା ଭବନ, ବଲ୍ଲେ ବଲ୍ଲେ ଢାବାରେ ଝୁଲିଲା ତାଲା.. ହେଲେ ଭିତରେ ଏମିତି କିଏ କଲା?

Advertisement

ଯାଜପୁର: (ଓଡ଼ିଶା ଭାସ୍କର) ବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା । ନୋଟିସ୍ ଅବଧି ଶେଷର ଦୁଇଦିନ ପରେ ତାଲା ଝୁଲିଲା । ତାଲା ପଡିବା ପୂର୍ବରୁ ଢାବାକୁ ଖାଲି କିଏ କଲା? ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଥିବା ବଲ୍ଲେ ବଲ୍ଲେ ଢାବାରେ ତାଲା ପକାଇଛି ବ୍ଲକ୍ ପ୍ରଶାସନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ନେଉଳପୁର ଠାରେ ଥିବା ଧର୍ମଶାଳା ଭବନରେ ଚାଲିଥିଲା ଏହି ବଲ୍ଲେ ବଲ୍ଲେ ଢାବା । ତେବେ ଏହି ଢାବା ନାଁରେ ଏଠାରେ କୁଆଡେ ବଡବଡିଆଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ହୋଇଆସୁଥିଲା । ରାତି ହେଲେ ଏଠି କୁଆଡେ ବିଭିନ୍ନ ଅନୈତିକ କାରବାର ଚାଲୁଥିଲା ।

ମଦ, ମାଂସର ଆସର ସହ ବାବୁ ଭାୟାମାନଙ୍କ ରାତିକୁ ରଙ୍ଗୀନ୍ କରିବା ପାଇଁ ଯୁବତୀଙ୍କୁ ମଧ୍ୟ ଯୋଗାଇ ଦିଆଯାଉଥିଲା । ତେଣୁ ଦେହ ବ୍ୟବସାୟ ଚାଲୁଥିବାରୁ ଏହି ଢାବାକୁ ପରିବାର ସହ ଆସିବାକୁ ଅନେକ ଲୋକ କୁଣ୍ଠା ବୋଧ କରୁଥିଲେ । ତେବେ ଏହି ଢାବା କାହା ଅନୁମତିରେ ଚାଲିଛି ଏ ନେଇ ବ୍ଲକ୍ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା । ତେବେ ଧର୍ମଶାଳା ବିଡିଓଙ୍କ ପକ୍ଷରୁ କୁହାଯାଇଥିଲା କି ଧର୍ମଶାଳା ଭବନରେ ବ୍ଲକ୍ ପ୍ରଶାସନର ଫୁଡ୍ କୋର୍ଟ ପାଇଁ ଲିଜ୍ ଦିଆଯାଇଛି । କିନ୍ତୁ କୌଣସି ଢାବା ପାଇଁ ଅନୁମତି ନାହିଁ । ତେଣୁ ତିନିଦିନ ଭିତରେ ବଲ୍ଲେ ବଲ୍ଲେ ଢାବା ଖାଲି କରିବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା ।

ଆଉ ନୋଟିସ୍ ଅବଧି ଶେଷ ହେବା ପରେ ବି ତାଲା ପଡିନଥିଲା । ଏହାର ଦୁଇଦିନ ପରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବଲ୍ଲେ ବଲ୍ଲେ ଢାବାରେ ତାଲା ପକାଇଛି ବ୍ଲକ୍ ପ୍ରଶାସନ । ତେବେ ତାଲା ପଡିବା ପୂର୍ବରୁ ଢାବା ଭିତର ଶୂନ୍ୟ ହୋଇଯାଇଥିବା ଜଣାପଡିଛି । ତେବେ ଆସନ୍ତୁ ଦେଖିବା, ଏ ସମ୍ପର୍କରେ ପ୍ରଶ୍ନ ହେବାରୁ କଣ କହୁଛନ୍ତି କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ । ସବୁ ପ୍ରଶ୍ନର ଗୋଟିଏ ଉତ୍ତର ଦେଉଛନ୍ତି ଜେଇ ମହାଶୟ ।

ଯାହା ପଚାରିବା କଥା ବିଡିଓଙ୍କୁ ପଚାରନ୍ତୁ । ତେବେ ଏହି ବଲ୍ଲେ ବଲ୍ଲେ ଢାବାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ସରକାରୀ କାଗଜ ପତ୍ରରେ ଅର୍ଦ୍ଧନିର୍ମିତ ହୋଇ ରହିଥିବା ଦୁଇ ମହଲା ଘରକୁ ସମ୍ପୂର୍ଣ୍ଣ କିଏ କଲା? ଘର ଭିତରେ ଏତେ ଦାମୀ ଜିନିଷ କିଏ ଲଗାଇଲା? ଯଦି ପ୍ରଶାସନ ଜାଣିନଥିଲା ତେବେ ୩ ଦିନ ପରିବର୍ତ୍ତେ ୫ ଦିନ ପରେ ଢାବାରେ କାହିଁକି ପଡିଲା ତାଲା? ତେବେ ଏ ସମ୍ପର୍କରେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ସରକାରୀ ବାବୁମାନେ ।

ହେଲେ ଯାହା ଚର୍ଚ୍ଚା ହେଉଛି, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହଯୋଗରେ ଓଲିଉଡ୍ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ୱାମୀ କୁଆଡେ ଏହି ବଲ୍ଲେ ବଲ୍ଲେ ଢାବାକୁ ଚଳାଉଥିଲେ । ଆଉ ଏଠାରେ ଯୁବତୀମାନଙ୍କୁ ଦେହ ବ୍ୟବସାୟରେ ଲଗାଇବା ସହ ଅନେକ ଅନୈତିକ କାରବାର ଚାଲୁଥିଲା । ହେଲେ ଏବେ ମଧ୍ୟ ଏହା ପଛରେ ଆହୁରି ଅନେକ ରହସ୍ୟ ଲୁଚି ରହିଥିବା କୁହାଯାଉଛି । ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.