ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ବନକଲାଗି ହେବ । ତେଣୁ 5 ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା 5ଟାରୁ ରାତି 10 ଯାଏଁ ଜଗା ଦର୍ଶନ କରିପାରିବେନି ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆଜି 5 ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବା କାରଣରୁ ବର୍ତ୍ତମାନ ଶ୍ରୀମନ୍ଦିରରେ ଗହଳି ଦେଖାଯାଇଛି । ଶହଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ସ୍ୱତନ୍ତ୍ର ନୀତି ହେବ ।
ତେବେ ବନକଲାଗି ପାଇଁଁ ଆଜି ଏବଂ କାଲି ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଆଜି ରାତି 10ଟାରୁ ସାଧାରଣ ଦର୍ଶନ କରିପାରିବେ ଭକ୍ତ ।
ଏହି ବନକ ଲାଗି ନୀତିରେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହାର କରାଯାଇଥାଏ । ଏଥିରେ କୌଣସି ବଜାରର ରଙ୍ଗ ବ୍ୟବହାର କରାଯାଏ ନାହିଁ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ ।