ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡ୍ପାର୍ଟି ଗାଡ଼ି, 2 ଜଣଙ୍କ ମୃତ୍ୟୁ
ସୋନପୁର-ବଲାଙ୍ଗୀର ରାସ୍ତା ହରଡ଼ଖୋଲ ନିକଟରେ ଦୁର୍ଘଟଣା ।
ଭୁବନେଶ୍ବର: ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି । ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
କଣ ଘଟଣା- ବରଗଡ଼ରୁ ବାହାଘର ପାଇଁ ବୌଦ୍ଧ ମନମୁଣ୍ଡା ଯାଉଥିଲେ ଲୋକେ । ହେଲେ ହରଡ଼ଖୋଲ ଛକରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିଲା ଗାଡ଼ି ।
ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଆହତ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମୃତକମାନେ ବରଗଡ଼ ତୁରା ଅଞ୍ଚଳର ହୋଇଥିବା ସୂଚନା । ତେବେ କେଉଁ ପରିସ୍ଥିତିରେ ଗାଡ଼ିଟି ଭାରସାମ୍ୟ ହରାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଆହତ ଏବଂ ମୃତକଙ୍କ ପରିବାରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।