fbpx
BSKY
BJD MS SKY
BJD YOUTH SKY

ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ, ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । ସାହିତ୍ୟ (ଏଫଏଲଓ)ରେ ‘ବନ୍ଦେ ଉତ୍କଳ ଜନନୀ’ ସାମିଲ ହୋଇଛି । ବନ୍ଦେ ଉତ୍କଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତବର୍ଷ କୋଭିଡ ଯୋଗୁଁ ପାଠ୍ୟକ୍ରମରେ ୩୦% କାଟ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଏହି ଫର୍ମୁଲା ଜାରି ରହିବ ।

ତେବେ ଗତବର୍ଷ ଜୁନ ୭ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଥିଲେ ।

ଏହା ସହ ନଭେମ୍ବର ମାସରେ ‘ବନ୍ଦେ ଉତ୍କଳ ଜନନୀ’ ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ମାଧ୍ୟମିକ ସ୍ତରରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ ବୋଲି କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.