fbpx

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ମଙ୍ଗ ଧରିଲେ ବନ୍ଦିତା ପରିଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏହାର ମହିଳା ଶାଖାରେ କିଛି ପରିବର୍ତ୍ତନ ଅଣାଯାଇଛି । ଓଡ଼ିଶା ପାଇଁ ନୂଆ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ଏହା ଫଳରେ ବନ୍ଦିତାଙ୍କ ସମର୍ଥକଙ୍କ ଗହଣରେ ଖୁସି ଖେଳି ଯାଇଛି ଓ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ(ଓପିଏମସି)ର ମଙ୍ଗ ଧରିଥିବା ବନ୍ଦିତା ହେଉଛନ୍ତି ଯାଜପୁର ଜିଲ୍ଲାର । କୋରେଇ ବିଧାନସଭା ମଣ୍ଡଳର ଏହି ନେତ୍ରୀ ଜଣଙ୍କ ରାଜ୍ୟ କଂଗ୍ରେସରେ ବେଶ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଦଳର ଜାତୀୟ ନେତୃବୃନ୍ଦଙ୍କ ସମେତ ଅଧ୍ୟକ୍ଷା ବନ୍ଦିତାଙ୍କୁ ରାଜ୍ୟ ଦାୟିତ୍ୱ ସମ୍ଭାଳିବାକୁ ମନୋନୀତ କରିଥିବା ସୂଚନା ମିଳିଛି । ଅନୁରୂପ ଭାବେ ଆଉ ଦୁଇଟି ରାଜ୍ୟରେ ମଧ୍ୟ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶ ପାଇଁ ମାରିନା କେଙ୍ଗଲାଙ୍ଗ ଓ ହରିୟାଣା ପାଇଁ ସୁଧା ଭରଦ୍ୱାଜଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସରେ ଏହା ପୂର୍ବରୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବନ୍ଦିତା ଦାୟିତ୍ୱ ତୁଲାଉଥିଲେ । ସୁମିତ୍ରା ଜେନାଙ୍କ ପରେ ତାଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ବିଧିବଦ୍ଧ ଭାବେ ସଭାନେତ୍ରୀ ପଦବୀର ପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି ।

Get real time updates directly on you device, subscribe now.