ଏଣିକି ବନ୍ଦେ ଭାରତ ଟ୍ରେନରେ ଶୋଇକି ଯାତ୍ରା କରିବେ ଯାତ୍ରୀ, ଆସୁଛି ସ୍ଲିପର ଟ୍ରେନ୍‌

ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌

ଭୁବନେଶ୍ୱର: ଏଣିକି ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ୍ ଯାତ୍ରା। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ କରିବ ରେଲୱେ। ଏହାର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ହାୱଡ଼ା ଟ୍ରାକରେ ଗଡ଼ିବ।

ରିପୋର୍ଟ ମୁତାବକ, ଏହି ଟ୍ରେନ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ରୁଟ୍ସରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଦିଲ୍ଲୀ-ହାୱଡାର ରୁଟ୍ ସାମିଲ। ରେଳ ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ସେପ୍ଟେମ୍ବର ୨୦୨୪ରେ ବନ୍ଦେ ଭାରତ ସ୍ଲିପର ଟ୍ରେନରୁ ପରଦା ଉଠାଇଥିଲେ।

କେତେ ରହିବ ଭଡ଼ା: ବନ୍ଦେ ଭାରତ ସ୍ଲିପର ଟ୍ରେନରେ ସମୁଦାୟ ୧୬ଟି କୋଚ, ଏଥିରେ ୧୧ ଥର୍ଡ ଟିୟର, ୪ ଏସି ସେକେଣ୍ଡ ଟିୟର ଏବଂ ୧ଫାଷ୍ଟ କ୍ଲାସ ଏସି କୋଚ ରହିବ।

ଭଡ଼ା କଥା କହିବାକୁ ଗଲେ, ଏସି ୩-ଟିୟରର ଅନୁମାନ ଭଡ଼ା ୩ ହଜାର ଟଙ୍କା, ଏସି ୨-ଟିୟର ୪ ହଜାର ଟଙ୍କା ଏବଂ ଫାଷ୍ଟ କ୍ଲାସ ଏସି ୫୧୦୦ ଟଙ୍କା ପାଖାପାଖି ରହିବ।