fbpx

ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ନେଇ ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ; ଅମିତ ଶାହା କଲେ ଏହି କାମ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ହଙ୍ଗାମା ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଚେୟାର ଛଡ଼ାଇ ନେଇଥିଲା। ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି। ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ) ବିରୋଧରେ ହିଂସା ଆରମ୍ଭ ହୋଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରିବ।

ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହା ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରି ସେଠାରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବେ। ଏହି ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବାଂଲାଦେଶରେ ରହୁଥିବା ଭାରତୀୟ ହିନ୍ଦୁ ସମ୍ପ୍ରଦାୟ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବ। ଏଥିସହ ଗୃହ ମନ୍ତ୍ରଣାଳୟର ଏହି କମିଟି ଭାରତ-ବାଂଲାଦେଶ ସୀମାର ସ୍ଥିତି ଉପରେ ମଧ୍ୟ ନଜର ରଖିବ।

ବାଂଲାଦେଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଦି ସରକାର ଭାରତ-ବାଂଲାଦେଶ ସୀମାରେ ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହାର ସମକକ୍ଷମାନଙ୍କ ସହ ଯୋଗାଯୋଗ ବଜାୟ ରଖିବ। ସୀମା ସୁରକ୍ଷା ବଳ, ପୂର୍ବ କମାଣ୍ଡର ଏଡିଜିଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି।

 

Get real time updates directly on you device, subscribe now.