fbpx

ବାଂଲାଦେଶକୁ ଛାରଖାର କଲେଣି ବିକ୍ଷୋଭକାରୀ; ହୋଟେଲରେ ଲଗାଇଦେଲେ ନିଆଁ, ଜଳିଗଲେ ୨୪ ଜଣ

ନୂଆଦିଲ୍ଲୀ: ବାଂଲାଦେଶରେ ଏକ ହୋଟେଲରେ ନିଆଁ ଲାଗି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଏହି ହୋଟେଲରେ ନିଆଁ ଲଗାଇ ଦିଆଯାଇଥିଲା । ଜାବିର ଇଣ୍ଟରନ୍ୟାସନାଲ ହୋଟେଲର ମାଲିକାନା ଆୱାମୀ ଲିଗ୍ ର ଜଣେ ଘନିଷ୍ଠ ସଦସ୍ୟଙ୍କ ପାଖରେ ଥିଲା । ବାଂଲାଦେଶର ଦୈନିକ ଖବରକାଗଜ ‘ଡେଲି ଷ୍ଟାର’ ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ଧାରକାରୀ ଦଳକୁ ୧୨ ଘଣ୍ଟା ସମୟ ଲାଗିଥିଲା ।

ଖବରକାଗଜରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀମାନେ ଅଗ୍ନିଶମ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ହୋଟେଲରେ ପହଞ୍ଚିବାକୁ ଦେଇନଥିଲେ, ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା । ଏହି ହୋଟେଲ ବାଂଲାଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଜେସୋର ସହରରେ ଅବସ୍ଥିତ । ଏହି ହୋଟେଲର ମାଲିକାନା ଜେସୋର ଜିଲ୍ଲାର ଆୱାମୀ ଲିଗ୍ ର ଦଳର ସାଧାରଣ ସମ୍ପାଦକ ଶାହିନ ଚକଲଦାରଙ୍କ ପାଖରେ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୧୯୮୦ ଦଶକରୁ ଆୱାମୀ ଲିଗ୍ ଦଳର ମୁଖ୍ୟ ଅଛନ୍ତି ।

ଦୀର୍ଘ ଦିନର ଛାତ୍ର ଆନ୍ଦୋଳନ ପରେ ସୋମବାର ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶେଖ୍ ହସିନା ବାଂଲାଦେଶ ଛାଡ଼ି ଚାଲିଯାଇଛନ୍ତି । ଏହାପରେ ସେନା ପକ୍ଷରୁ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲେ ହେଁ ବାଂଲାଦେଶର ବିଭିନ୍ନ ଅଞ୍ଚଳରୁ ହିଂସା, ଲୁଟ୍ ଓ ନିଆଁ ଲଗାଇବାର ଖବର ଆସୁଛି ।

Get real time updates directly on you device, subscribe now.