fbpx

ବ୍ୟାଙ୍କ ଓ ଏଟିଏମ୍‌ର ହେବ ସିକ୍ୟୁରିଟି ଅଡିଟ୍‌, ଲୁଟ ଉପରେ ରୋକ୍ ଲାଗାଇବା ପାଇଁ କମିଶନରେଟ ପୋଲିସର କଡ଼ା ପଦକ୍ଷେପ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବ୍ୟାଙ୍କ ଲୁଟ୍‌ ଓ ଏଟିଏମ୍‌ ଲୁଟ ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପଦକ୍ଷେପ ନେଇଛି । ଏଥିପାଇଁ ଦ୍ୱୈତ ନଗରୀରେ ଥିବା ବ୍ୟାଙ୍କ ଓ ଏଟିଏମର ସିକ୍ୟୁରିଟି ଅଡିଟ୍‌ ହେବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି, ଅଲାରାମ ବ୍ୟବସ୍ଥା ଏବଂ ବ୍ୟାଙ୍କ ଓଏଟିଏମ୍‌ ସାମ୍ନାରେ ସିକ୍ୟୁରିଟି ରହୁଛନ୍ତି କି ନାହିଁ ଯାଞ୍ଚ କରିବ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଜଣେ ଅତିରିକ୍ତ ଡିସିପି, ଏସିପିଙ୍କ ସହ ଆଇଆଇସି ବ୍ୟାଙ୍କ ଓ ଏଟିଏମର ସୁରକ୍ଷା ବ୍ୟବସ୍ଥାର ଅଡିଟ୍‌ କରିବେ । ଏହି ସିକ୍ୟୁରିଟି ଅଡିଟ୍‌ ଜୋନ ସ୍ତରରେ କରାଯିବ । ଅଡିଟ୍‌ କରି ୩୦ ଦିନ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ଦେବେ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗାଇଡଲାଇନ୍‌ ଅନୁସାରେ ବ୍ୟାଙ୍କ ଓ ଏଟିଏମ୍‌ ଗୁଡ଼ିକରେ ସିସିଟିଭି, ଆଲାରାମ ବ୍ୟବସ୍ଥା ସହ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ନେଇ ଯାଞ୍ଚ ହେବ ।

Get real time updates directly on you device, subscribe now.