fbpx

ତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ, ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣଙ୍କ ବ୍ୟାଙ୍କ ରେ କୌଣସି କାମ ରହିଛି ତେବେ ତୁରନ୍ତ ସାରି ନିଅନ୍ତୁ। କାରଣ ମାର୍ଚ୍ଚ ମାସ ୨୭ ଠାରୁ ଏପ୍ରିଲ ୪ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ଏହା ମଧ୍ୟ ରେ ମାତ୍ର ଦୁଇ ଦିନ ବ୍ୟାଙ୍କ ଖୋଲିବ। ମାର୍ଚ୍ଚ ୨୭ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଦେଶ ସାରା ବ୍ୟାଙ୍କ ବନ୍ଦ ରହିବ। ଏହାପରେ ୨୮ ତାରିଖରେ ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଏହାପରେ ସୋମବାର ହୋଲି ଛୁଟି ହେତୁ ବ୍ୟାଙ୍କ ବନ୍ଦ ରହିବ। ତେବେ ଏହାଦ୍ଵାରା ଆପଣଙ୍କର ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି । ତେଣୁ ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟ ଗୁଡିକୁ ୨୭ ତାରିଖ ପୂର୍ବରୁ ସାରି ଦିଅନ୍ତୁ।

କେବଳ ୩୦ ମାର୍ଚ୍ଚ ଏବଂ ଏପ୍ରିଲ ୩ରେ ବ୍ୟାଙ୍କ କାମକାର୍ଯ୍ୟ ହେବ। ମାର୍ଚ୍ଚ ୩୧ରେ ବ୍ୟାଙ୍କ ଛୁଟି ନଥିଲେ ମଧ୍ୟ ବ୍ୟାଙ୍କ କାମ ହେବ ନାହିଁ। ଫାଇନାନସିଆଲ ଇଅରର ଶେଷ ଦିନ ହୋଇଥିବା କାରଣରୁ ଗ୍ରାହକଙ୍କ ସହ ଜଡିତ କାମ ଗୁଡିକ ହେବ ନାହିଁ।
ବ୍ୟାଙ୍କ ଛୁଟିର ତାଲିକା-
ମାର୍ଚ୍ଚ ୨୭- ମାସର ଚତୁର୍ଥ ଶନିବାର
ମାର୍ଚ୍ଚ ୨୮- ରବିବାର
ମାର୍ଚ୍ଚ ୨୯- ହୋଲି ଛୁଟି
ମାର୍ଚ୍ଚ ୩୦- ପାଟନାରେ ବ୍ୟାଙ୍କ ବନ୍ଦ ରହିବ ଅନ୍ୟ ସ୍ଥାନରେ ଖୋଲିବ
ମାର୍ଚ୍ଚ ୩୧- ଫାଇନାନସିଆଲ ଇଅରର ଶେଷ ଦିନ
ଏପ୍ରିଲ ୧- ଏପ୍ରିଲ ୧ରେ ବ୍ୟାଙ୍କର ବାର୍ଷିକ ଆକାଉଣ୍ଟ କ୍ଲୋଜିଂ ଇଅର
ଏପ୍ରିଲ ୨- ଗୁଡ ଫ୍ରାଇଡେ
ଏପ୍ରିଲ ୩-ଏହି ଦିନ ବ୍ୟାଙ୍କ ଖୋଲା ରହିବ
ଏପ୍ରିଲ ୪- ରବିବାର

 

Get real time updates directly on you device, subscribe now.