ଆସନ୍ତା ସପ୍ତାହରେ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଡିଟେଲ୍ସ

ଆସନ୍ତା ସପ୍ତାହରେ ଏହି ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଚାରି ଦିନ ବ୍ୟାଙ୍କ ବନ୍ଦ। ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି, ତେବେ ଶୁକ୍ରବାର ଦିନ ଯାଇ ସାରିଦିଅନ୍ତୁ। ସୋମବାର ୨୫ରୁ ୩୧ ଯାଏଁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ। ବ୍ୟାଙ୍କ ସୋମବାର, ବୁଧବାର ଏବଂ ଗୁରୁବାର ବନ୍ଦ ରହିବ।

୨୫ ଅଗଷ୍ଟ-ଶ୍ରୀମନ୍ତ ଶଙ୍କରଦେବ ତିରୂଭବ ତିଥି-କେବଳ ଗୁହ୍ୱାଟୀରେ ଛୁଟି।
୨୭ ଅଗଷ୍ଟ-ଗଣେଶ ଚତୁର୍ଥୀ ପାଇଁ ବ୍ୟାଙ୍କ ବନ୍ଦ ରହିବ।
୨୮ ଅଗଷ୍ଟ-ଗଣେଶ ଚତୁର୍ଥୀର ଦ୍ୱିତୀୟ ଦିନ-ଭୁବନେଶ୍ୱର ଏବଂ ପଣଜୀରେ ଛୁଟି।

୩୧ ଅଗଷ୍ଟ ରବିବାର ଯୋଗୁଁ ବନ୍ଦ ରହିବ।

ମିଳିବ ଅନଲାଇନ ବ୍ୟାଙ୍କିଂ ସେବା: ବ୍ୟାଙ୍କ ଛୁଟି ସମୟରେ ଆପଣ ବ୍ୟାଙ୍କିଂ, ୟୁପିଆଇ ଏବଂ ଏଟିଏମ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରିପାରିବେ। ହେଲେ ଚେକ କ୍ଲିୟରିଂ ଏବଂ ଡ୍ରାଫ୍ଟ କରିବା ଭଳି ସର୍ଭିସ ବନ୍ଦ ରହିବ।

ଯଦି ଆପଣଙ୍କୁ ବ୍ୟାଙ୍କର ଅନେକ ଜରୁରୀ କାମ ସାରିବା ପାଇଁ, ଏହି ତାରିଖ ପୂର୍ବରୁ ପ୍ଲାନ କରନ୍ତୁ। ଛୁଟି ସମୟରେ ଡିଜିଟାଲ ଟ୍ରାଞ୍ଜାକ୍ସନ ହେବ, ହେଲେ ବ୍ରାଞ୍ଚରେ ମିଳୁଥିବା ସର୍ଭିସ ମିଳିବ ନାହିଁ।