fbpx

Bank Holidays in June 2023 : ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ, ସମ୍ପୂର୍ଣ୍ଣ ତାଲିକା ଚେକ୍ କରନ୍ତୁ

ନୂଆଦିଲ୍ଲୀ : ମେ ମାସ ଶେଷ ହେବାକୁ ଯାଉଛି ଏବଂ ବର୍ତ୍ତମାନ କିଛି ଦିନ ନୂଆ ମାସ ଜୁନ୍ ଆରମ୍ଭ ହେବ । ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏହି ଛୁଟିଦିନକୁ ଧ୍ୟାନରେ ରଖି ବ୍ୟାଙ୍କ ଶାଖାର କାର‌୍ୟ୍ୟ ଶେଷ କରିପାରିବେ । ୧୨ ଟି ଛୁଟିଦିନ ମଧ୍ୟରୁ ୬ ଟି ସାପ୍ତାହିକ ଛୁଟି ରହିଛି ଏବଂ ଏଗୁଡିକ ବ୍ୟତୀତ ବାକି ଛୁଟି ଦିନ ବ୍ୟାଙ୍କ ଫେଷ୍ଟିଭାଲ୍ ଏବଂ ବାର୍ଷିକ ଉତ୍ସବ ଯୋଗୁଁ ବନ୍ଦ ହେବାକୁ ଯାଉଛି । ଏହି ଛୁଟି ଓଡିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ ହେବ । ଯଦି ଆସନ୍ତା ମାସରେ ବ୍ୟାଙ୍କରେ ଆପଣଙ୍କ କିଛି କାର୍ଯ୍ୟ ଅଛି ବା ବ୍ୟାଙ୍କ ଯିବାର ଅଛି ତେବେ ଯିବା ପୂର୍ବରୁ ପ୍ରଥମେ ଏହି ତାଲିକା ଯାଞ୍ଚ କରନ୍ତୁ ।

ଜୁନ୍ ୨୦୨୩ ରେ ବ୍ୟାଙ୍କ କେତେଥର ବନ୍ଦ ରହିବ
୪ ଜୁନ୍ ୨୦୨୩: ରବିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୦ ଜୁନ୍ ୨୦୨୩ : ଦ୍ୱିତୀୟ ଶନିବାରପାଇଁ ଛୁଟି ।
୧୧ ଜୁନ୍ ୨୦୨୩ : ରବିବାର ପାଇଁ ଛୁଟି ।
୧୫ ଜୁନ୍ ୨୦୨୩ : ରାଜସଂକ୍ରାନ୍ତି ପାଇଁ ଓଡିଶା ଓ ମିଜୋରମରେ ବ୍ୟାଙ୍କ ବନ୍ଦ ରହିବ ।
୧୮ ଜୁନ୍ ୨୦୨୩ : ରବିବାର ପାଇଁ ଛୁଟି
୨୦ ଜୁନ୍ ୨୦୨୩ : ରଥଯାତ୍ରା ପାଇଁ ଓଡିଶା ବ୍ୟାଙ୍କ ବନ୍ଦ
୨୪ ଜୁନ୍ ୨୦୨୩: ଚତୁର୍ଥ ଶନିବାର ହେତୁ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ
୨୫ ଜୁନ୍ ୨୦୨୩: ରବିବାର ହେତୁ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ
୨୬ ଜୁନ୍ ୨୦୨୩: ଖାର୍ଚ୍ଚି ପୂଜା, କେବଳ ତ୍ରିପୁରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
୨୮ ଜୁନ୍ ୨୦୨୩: ଇଦ୍ ଉଲ୍-ଅଜହା । ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର, କେରଳ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
ଜୁନ୍ ୨୯, ୨୦୨୩: ଇଦ୍ ଅଲ-ଅଜହା କାରଣରୁ ସାରା ଦେଶରେ ଛୁଟି ।
୩୦ ଜୁନ୍ ୨୦୨୩: ରିମା ଇଦ୍ ଉଲ୍ ଅଜାହ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କାର୍ଯ୍ୟ କରାଯାଇପାରିବ
ଜୁନ୍ ମାସରେ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ, ହେଲେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଜାରି ରହିବ । କିନ୍ତୁ ଗ୍ରାହକମାନେ ବ୍ୟାଙ୍କରେ ନଗଦ ଜମା ଏବଂ ପ୍ରତ୍ୟାହାର କରିପାରିବେ ନାହିଁ। କେବଳ ଏଟିଏମରୁ ଟଙ୍କା ଉଠାଇ ପାରିବେ ।

Get real time updates directly on you device, subscribe now.