ବ୍ୟାଙ୍କ ଅଫ୍ ବରୋଦା ନିଯୁକ୍ତି: ୫୯୨ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ୫୯୨ଟି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ରିଲେସନଶିପ ମ୍ୟାନେଜର, ଏମଏସଏମଇ ରିଲେସନଶିପ୍ ସିରିୟର ମ୍ୟାନେଜର, ଏଟିଏମ / କିଓସ୍କ ବିଜିନେସ ୟୁନିଟ ମ୍ୟାନେଜର, ପ୍ରୋଜେକ୍ଟ ମ୍ୟାନେଜର ହେଡ୍, ଜୋନାଲ ଲିଡ ମ୍ୟାନେଜର- ମର୍ଚାଣ୍ଟ ଆକ୍ୟୁରଙ୍ଗ ବିଜିନେସ, ମ୍ୟାନେଜର- ଏଆଇ ଇଞ୍ଜିନିୟର ଆଦି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜେନେରାଲ, ଇଡବ୍ଲ୍ୟୁଏସ ଓ ଓବିସି ପ୍ରାର୍ଥୀଙ୍କ ୬୦୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଏସସି, ଏସଟି, ପିଡବ୍ଲ୍ୟୁଡି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରହିଛି । ଅନଲାଇନ୍ ମୋଡ଼ରେ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଓ ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ପେମେଣ୍ଟ ଗ୍ରହଣ କରାଯିବ । ଅକ୍ଟୋବର ୩୦ରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଗ୍ରହଣ କରାଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଓ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି ।

ଆବେଦନ ଲିଙ୍କ: https://bankapps.bankofbaroda.co.in/BOBRECTMNT2024/?_gl=1*7r156t*_gcl_au*MzgyMDcyMjM3LjE3Mjk5MzY4ODk.

ନୋଟିଫିକେସନ ଲିଙ୍କ: https://www.bankofbaroda.in/-/media/Project/BOB/CountryWebsites/India/Career/2024/24-10/Advertisement-Contractual-30102024-Final-19-18.pdf