SBI ପରେ ଏବେ ବ୍ୟାଙ୍କ ଅଫ ଇଣ୍ଡିଆଠାରୁ ଅନିଲ ଅମ୍ବାନୀଙ୍କୁ ଝଟକା, ଲୋନ୍ ଆକାଉଣ୍ଟକୁ କହିଲା ଫ୍ରଡ୍
ବିଆଇଓ ୨୦୧୬ରେ କମ୍ପାନୀକୁ ଚଳାଇବା ଏବଂ ପୂର୍ବରୁ ନେଇଥିବା ଋଣର ପେମେଣ୍ଟ ପାଇଁ .. ପାଇଁ ୭୦୦ କୋଟି ଟଙ୍କାର ଲୋନକୁ ମଞ୍ଜୁରୀ ଦେଇଥିଲା। ଏହାକୁ ବର୍ତ୍ତମାନ ସେ ଅବମାନନା କରିଛି..
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ବର୍ତ୍ତମାନ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଋଣରେ ବୁଡ଼ିଥିବା କମ୍ପାନୀ ରିଲାଏନ୍ସ କମ୍ୟୁନିକେସନର ଲୋନ ଆକାଉଣ୍ଟକୁ ଫ୍ରଡ୍ ବୋଲି କହିଛି। ଏଥିସହ ୨୦୧୬ରେ ଫଣ୍ଡର ଡାଇଭର୍ଜନରକୁ ଦର୍ଶାଇ କମ୍ପାନୀର ପୂର୍ବତନ ଡାଇରେକ୍ଟର ଅନିଲ ଅମ୍ବାନୀଙ୍କ ନାମ ନେଇଛି।
ରେଗୁଲେଟରୀ ଫାଇଲିଂରେ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ଜୁନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହି ଭଳି ପଦକ୍ଷେପ ନେଇଥିଲା। ଆରକମ ଉପରେ ଲୋନ ନିୟମ ଏବଂ ସର୍ତ୍ତାବଳୀ ଉଲ୍ଲଘଂନ କରି ପାଣ୍ଠିର ଅପବ୍ୟବହାରର ଅଭିଯୋଗ ଆଣିଥିଲା ଏସବିଆଇ।
BOIରୁ ମିଳିଥିବା ଲୋନକୁ କଣ କଲା କମ୍ପାନୀ: ସେୟାର ବଜାରକୁ ମିଳିଥିବା ସୂଚନା ମୁତାବକ, RCom କହିଥିଲା ଯେ, କମ୍ପାନୀକୁ ୨୨ ଅଗଷ୍ଟରେ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏକ ଚିଠି ମିଳିଥିଲା।
ଏଥିରେ କମ୍ପାନୀର ପ୍ରମୋଟର ଏବଂ ପୂର୍ବତନ ନିର୍ଦ୍ଦେଶକ ଅନିଲ ଧୀରଜଲାଲ ଅମ୍ବାନୀ ଏବଂ କମ୍ପାନୀର ଆଉ ଜଣେ ପୂର୍ବତନ ନିର୍ଦ୍ଦେଶକ ମଞ୍ଜରୀ ଅଶୋକ କକ୍କଡଙ୍କ ଲୋନ ଆକାଉଣ୍ଟକୁ ଠକେଇ ଭାବରେ ବର୍ଗୀକୃତ କରାଯାଇଥିବା ସୂଚନା ଦିଆଯାଇଥିଲା।
ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଗଷ୍ଟ ୨୦୧୬ରେ କମ୍ପାନୀକୁ ଚଳାଇବା ଏବଂ ପୂର୍ବରୁ ନିଆଯାଇଥିବା ଲୋନ୍ର ପେମେଣ୍ଟ କରିବା ଲାଗି RCom ପାଇଁ ୭୦୦ କୋଟି ଟଙ୍କାର ଲୋନକୁ ମଞ୍ଜୁରୀ ଦେଇଥିଲା।
ହେଲେ ବ୍ୟାଙ୍କ RCom ଦ୍ୱାରା ଜାରି ନିଜ ଚିଠିରେ କହିଛି ଯେ, ଲୋନ ଭାବେ ମିଳିଥିବା ଏହି ଟଙ୍କାରୁ ଅଧାର ନିବେଶ ଫିକ୍ସଡ ଡିପୋଜିଟରେ କରାଯାଇଥିଲା। ଯାହା ଲୋନ ମଞ୍ଜୁରୀର ସର୍ତ୍ତର ଉଲ୍ଲଘଂନ ଅଟେ।