fbpx

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନୂଆ ଘୋଷଣା: ମୋବାଇଲ୍ କିଣିବା ପାଇଁ ମିଳିବ ୨ ଲକ୍ଷ ଭତ୍ତା

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ମୋବାଇଲ କିଣିବା ପାଇଁ ବର୍ଷକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଏକ ବିଶେଷ ରିପୋର୍ଟ ମୁତାବକ, କର୍ମଚାରୀ କଲ୍ୟାଣ ଲାଭ ମାନଦଣ୍ଡରେ ସଂଶୋଧନ କରାଯାଇଛି । ଏହା ଫଳରେ ପିଏନବିର ଶୀର୍ଷ ଅଧିକାରୀଙ୍କୁ ଦୁଇ ଲକ୍ଷର ମୋବାଇଲ ହ୍ୟାଣ୍ଡସେଟ ଭତ୍ତା ଦିଆଯିବ । ପ୍ରବନ୍ଧ ନିର୍ଦ୍ଦେଶକ (ଏମଡି) ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ (ଇଡି)ଙ୍କୁ ଏହି ବେନିଫିଟ୍ ମିଳିବ । ପିଏନବି ବୋର୍ଡର ନିଷ୍ପତ୍ତି ଅନୁସାରେ ଏହି ସଂଶୋଧିତ ନିୟତ ଗତ ଏପ୍ରିଲ ୧ ତାରିଖ ଠାରୁ ଲାଗୁହେବ ।

ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ)ଙ୍କ ମୋବାଇଲ ଫୋନ ମାନଦଣ୍ଡ ପୂର୍ବ ପରି ବଳବତ୍ତର ରହିବ । ସିଜିଏମଙ୍କୁ ବାର୍ଷିକ ୫୦ ହଜାର ଓ ଜିଏମଙ୍କୁ ବାର୍ଷିକ ୪୦ ହଜାର ଟଙ୍କାର ମୋବାଇଲ ଭତ୍ତା ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ତେବେ ଏ ସମ୍ପର୍କରେ ପିଏନବି ପକ୍ଷରୁ କୌଣସି ଟିପ୍ପଣୀ ଆସିନାହିଁ ।

Get real time updates directly on you device, subscribe now.