CHARIDHAM

Breaking: ୨୪,୨୫ରେ ବନ୍ଦ ରହିବନି ବ୍ୟାଙ୍କ, ପୂର୍ବ ପରି କାର୍ଯ୍ୟ ଚାଲୁ ରହିବ, ଧର୍ମଘଟ ସ୍ଥଗିତ

ଆସନ୍ତା ୨୪,୨୫ରେ ବ୍ୟାଙ୍କ ବନ୍ଦ ହେବାର ଥିଲା। ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଡାକରା ଦେଇଥିଲେ କର୍ମଚାରୀ। ହେଲେ ଏବେ ସେହି ଧର୍ମଘଟ ସ୍ଥଗିତ ହୋଇଛି। ବନ୍ଦ ହେବନି ବ୍ୟାଙ୍କ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର: ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ଆସନ୍ତା ୨୪,୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖିଲା UFBU। CLC ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ। ୯ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଥିଲା UFBU।

ବ୍ୟାଙ୍କ ୟୁନିଅନଗୁଡ଼ିକ ନିୟମିତ ନିଯୁକ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଭଳି ଦାବି କରୁଥିଲେ। ତେବେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ସହିତ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଅପରପକ୍ଷରେ ଯଦି ଧର୍ମଘଟ ଜାରି ରହେ ତେବେ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି କୁହାଯାଉଥିଲା। ଚେକ୍ କ୍ଲିୟରାନ୍ସ, ନଗଦ କାରବାର ଏବଂ ଅନ୍ୟାନ୍ୟ ବ୍ୟାଙ୍କ କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇପାରେ ବୋଲି ଆକଳନ କରାଯାଉଥିଲା।

ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମ ଶନିବାର ଓ ରବିବାର ପଡ଼ୁଛି ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଥିଲେ କର୍ମଚାରୀ। । ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିଥାନ୍ତା। ହେଲେ ଏବେ ସେ ଚିନ୍ତା ଦୂର ହୋଇଛି। ୨୪,୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି।