fbpx

କାଲିଠୁ ଲଗାତାର ୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଯଦି ଏହି ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଏହି ସପ୍ତାହରେ ଗୁରୁବାର ଅର୍ଥାତ୍ ଅଗଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଲଗାତାର ଭାବେ ୫ ଦିନ ବନ୍ଦ ରହିବ । ଏହି ଏହି ଛୁଟିଦିନ ସବୁ ରାଜ୍ୟରେ ଲାଗୁ ହେବନାହିଁ । ତେବେ ଆସନ୍ତୁ ଜାଣିବା ଆଗାମୀ ୫ ଦିନ ପାଇଁ କେଉଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ…

୧. ଅଗଷ୍ଟ ୧୯ – ମହରମ୍ (ଅସୁରା) – ଅଗରତାଲା, ଅହମ୍ମଦାବାଦ, ବେଲାପୁର, ଭୋପାଳ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲଖନଉ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର, ରାଞ୍ଚି ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

୨. ଅଗଷ୍ଟ ୨୦ – ମହରମ / ପ୍ରଥମ ଓଣମ – ବେଙ୍ଗାଲୁର, ଚେନ୍ନାଇ, କୋଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ।

୩. ଅଗଷ୍ଟ ୨୧ – ଥିରୁଓଣମ୍- କୋଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ।

୪. ଅଗଷ୍ଟ ୨୨- ରବିବାର ଓ ରକ୍ଷା ବନ୍ଧନ

୫. ଅଗଷ୍ଟ ୨୩ – ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ – କୋଚ୍ଚି ଏବଂ କେରଳରେ ବ୍ୟାଙ୍କଗୁଡିକ ବନ୍ଦ ।

Get real time updates directly on you device, subscribe now.