fbpx

ଲଗାତର ଛଅ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାରି ହେଲା ତାଲିକା

ନୂଆଦିଲ୍ଲୀ, ୧୧ା୪: ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବାର ଅଛି, ତେବେ ଆଜିଠାରୁ ଶେଷ କରିଦିଅନ୍ତୁ । ଚଳିତ ଏପ୍ରିଲ ମାସରେ ଲଗାତର ୬ ଦିନ ବ୍ୟାଙ୍କ ବନ୍ଦ ରହିବା ସହ ସମୁଦାୟ ୯ଟି ଛୁଟିଦିନ ପଡ଼ୁଛି । ତେଣୁ କେଉଁଦିନ ବ୍ୟାଙ୍କ ବନ୍ଦ ରହିବ ଓ କେଉଁଦିନ ଖୋଲା ରହିବ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

ବ୍ୟାଙ୍କ ଛୁଟି ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ହୋଇଥାଏ । କାରଣ ପ୍ରତ୍ୟେକ ପର୍ବପର୍ବାଣି, ଉତ୍ସବ ଆଦି ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ସମୟରେ ପାଳନ କରାଯାଇଥାଏ । ପ୍ରତ୍ୟେକ ପର୍ବର ମହତ୍ତ୍ୱ ପ୍ରତ୍ୟେକ ରାଜ୍ୟ ପାଇଁ ଭିନ୍ନ ଥାଏ । ୧୩ ଏପ୍ରିଲରେ ତେଲୁଗୁ ନବବର୍ଷ, ବିହୁ, ବିଜୁ ଫେଷ୍ଟିଭାଲ ଆଦି କାରଣରୁ ବ୍ୟାଙ୍କ ବନ୍ଦ ରହିବ । ୧୪ ଏପ୍ରିଲରେ ଡା. ଆମ୍ବେଦକର ଜୟନ୍ତୀ ପଡ଼ୁଛି । ୧୫ ଏପ୍ରିଲରେ ହିମାଚଳ ଦିବସ, ବେଙ୍ଗଲ ନ୍ୟୁ ଇୟର ପାଳନ କରାଯିବ । ୨୧ ଏପ୍ରିଲରେ ରାମନବମୀ ଓ ୨୫ରେ ମହାବୀ ଜୟନ୍ତୀ ଉତ୍ସବ, ୨୪ରେ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବ୍ୟାଙ୍କ ଛୁଟି ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.