fbpx

ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟର ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୭୦,୦୦୦ ନିଯୁକ୍ତି ପତ୍ର ଭିଡିଓ କନଫରେନ୍ସିଂ ଜରିଆରେ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳି ମାନ୍ୟତା ପାଇଛି । ସେ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାପକ ଧ୍ୱସଂ ପାଇଥିଲା ।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଯେତେବେଳେ ଆଜାଦୀ କା ଅମୃତ ମହୋତ୍ସବ ଚାଲିଥିଲା ସେତେବେଳେ ଦେଶ ବିକାଶ କ୍ଷେତ୍ରରେ କାମ କରିଆସୁଛି । ସେତେବଳେ ସରକାରୀ କର୍ମଚାରୀ ଭାବେ କାମ କରିବାର ସୁଯୋଗ ପାଇବା ଏକ ଗୌରବର ବିଷୟ । ଏହି ଦେଶର ଲୋକମାନେ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହା ଆଗାମୀ ୨୫ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ବକ୍ତବ୍ୟରେ କହିଛନ୍ତି ଯେ, ଆଜି ୭୧,୦୦୦ ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି, ଯାହାଫଳରେ ଏତେ ସଂଖ୍ୟକ ପରିବାର ପାଇଁ ଖୁସିର ନୂଆ ଯୁଗ ସୃଷ୍ଟି ହୋଇଛି। ସେ ମନେ ପକାଇ ଦେଇଛନ୍ତି ଯେ, ଧନତେରଶ ଦିନ କେନ୍ଦ୍ର ସରକାର ଯୁବକମାନଙ୍କୁ ୭୫,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଚାକିରୀ ମେଳା ହେଉଛି ଏହାର ପ୍ରମାଣ ଯେ, ଦେଶର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ପାଇଁ କେନ୍ଦ୍ର ସରକାର ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି।

Get real time updates directly on you device, subscribe now.