fbpx

RBI ଜାରି କଲା ହଲିଡେ ଲିଷ୍ଟ: ଅଗଷ୍ଟ ୨୪ରୁ ଲଗାତର ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତ ମାସରେ କ୍ରମାଗତ ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ତେଣୁ ଜରୁରୀ କାମ ଥିଲେ ଗ୍ରାହକମାନେ ଆଗୁଆ ସେମାନଙ୍କର କାମ ସାରିଦେବା ଉଚିତ । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ହଲିଡେ ଲିଷ୍ଟ ଜାରି କରାଯାଇଛି । ଅଗଷ୍ଟ ମାସର ପ୍ରାରମ୍ଭରୁ ମଧ୍ୟ କିଛି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିଥିଲା । ଏବେ ପୁଣି ଆସନ୍ତାକାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ ଜରୁରୀ କାମକୁ ଛୁଟିଦିନ ପୂର୍ବରୁ ସାରିଦେବା ଉଚିତ ।

ତେବେ ଏହି ୩ ଦିନ ବ୍ୟାଙ୍କ ବନ୍ଦ ରହିଥିବା ସମୟରେ ଗ୍ରାହକମାନେ ଅନ୍ୟ ଦିନ ପରି ଅନଲାଇନରେ ଇଣ୍ଟରନେଟ ବ୍ୟାଙ୍କିଂର ବ୍ୟବହାର କରିପାରିବେ । ଅଗଷ୍ଟ ୨୪ ମାସର ଚତୁର୍ଥ ଶନିବାର କରଣରୁ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟ ୨୫ ରବିବାର ପଡ଼ୁଥିବାରୁ ବ୍ୟାଙ୍କର ସାପ୍ତାହିକୀ ଛୁଟି ରହିଛି । ସେହିପରି ଅଗଷ୍ଟ ୨୬ ସୋମବାର ଦିନ ଜନ୍ମାଷ୍ଟମୀ ପଡ଼ୁଥିବାରୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବା ପରେ ଅଗଷ୍ଟ ୩୧ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିବା ସମୟରେ ଗ୍ରାହକମାନେ ଅନଲାଇନରେ ନେଣଦେଣ କରିପାରିବେ । ଏଥିସହିତ ଏଟିଏମ ମେଶିନରୁ ଅର୍ଥ ଉଠାଣ କରିପାରିବେ ।

Get real time updates directly on you device, subscribe now.