fbpx

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ: କାମ ଥିଲେ ଏବେ ହିଁ ସାରି ଦିଅନ୍ତୁ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ସେପ୍ଟେମ୍ବର ମାସ । ତେବେ ଏହି ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥିଲେ ଏହାକୁ ଯଇାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ବ୍ୟାଙ୍କରେ ସମୟ ପାଇବା କଷ୍ଟସାଧ୍ୟ ହୋଇପଡ଼ିବ । କାରଣ ସେପ୍ଟେମ୍ବର ମାସରେ ପ୍ରାୟ ୧୬ ଦିନ ବ୍ୟାଙ୍କ ବନ୍ଦ ରହୁଥିବା ଜାଣିବାକୁ ମିଳିଛି । ରବିବାର ସମେତ ବ୍ୟାଙ୍କରେ ଅନ୍ୟାନ୍ୟ ପର୍ବପର୍ବାଣୀ ଛୁଟି ରହିଥିବାରୁ ମାସରେ ୧୬ ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ପୂଜା ଏବଂ ଇଦ୍-ଏ-ମିଲାଦ ଭଳି ପର୍ବରେ ବନ୍ଦ ରହିବ ବ୍ୟାଙ୍କ ।

କେବେ ଓ କାହିଁକି ବନ୍ଦ ରହିବ ବ୍ୟାଙ୍କ?

ସେପ୍ଟେମ୍ବର-୩: ସେପ୍ଟେମ୍ବର ୩ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର-୬: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ । ତେଣୁ ଏହିଦିନ ଭୁବନେଶ୍ୱର, ହାଇଦ୍ରଆବାଦ, ଚେନ୍ନାଇ ଏବଂ ପାଟନାରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
ସେପ୍ଟେମ୍ବର-୭: ଏହି ଦିନ ଅହମ୍ମଦାବାଦ, ଚଣତଡିଗଡ଼, ଡେରାଡୁନ, ତେଲେଙ୍ଗାନା, ଗ୍ୟାଙ୍ଗଟକ, ଲକ୍ଷେ୍ନ, ରାଞ୍ଚି, ରାୟପୁର, ଜୟପୁର, ଜାମ୍ମୁ, ସିଲଙ୍ଗ, କାନପୁର ସମେତ ସିମଲା ଏବଂ ଶ୍ରୀନଗରରେ ଜନ୍ମାଷ୍ଟମୀ ପାଳନ ହେବ । ତେଣୁ ଏହି ସବୁ ସ୍ଥାନରେ ସେପ୍ଟେମ୍ବର ୭ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ।
ସେପ୍ଟେମ୍ବର-୯: ଦ୍ୱିତୀୟ ଶନିବାର ଯୋଗୁଁ ଏହି ଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର-୧୦: ରବିବାର ପାଇଁ ବ୍ୟାଙ୍କ ଗୁନିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୭: ରବିବାର ପାଇଁ ବ୍ୟାଙ୍କ ଗୁନିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୮: ବିନାୟକ ଚତୁର୍ଥୀ ଯୋଗୁଁ ବେଙ୍ଗଲୁରୁ ଏବଂ ତେଲେଙ୍ଗାନାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ସେପ୍ଟେମ୍ବର-୧୯: ପବିତ୍ର ଗଣେଶ ଚତୁର୍ଥୀ ପାଳନ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇଳ ନାଗପୁର, ପାଣାଜୀ ଇତ୍ୟାଦୀରେ ବ୍ୟାଙ୍କ ବନ୍ଦ ରହିବ ।
ସେପ୍ଟେମ୍ବର-୨୦: ଗଣେଶ ଚତୁର୍ଥୀ ସହ ନୂଆଁଖାଇ ପର୍ବ ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟ ଏବଂ କୋଚ୍ଚିରେ ବ୍ୟାଙ୍କ ସବୁ ବନ୍ଦ ରହିବ ।
ସେପ୍ଟେମ୍ବର-୨୨: ନାରାୟଣଗୁରୁ ସମାଧି ଦିବସ ଅବସରରେ କୋଚ୍ଚି, ପଣାଜୀ ଏବଂ ତ୍ରିଭେନ୍ଦ୍ରମ ଆଦି ସ୍ଥାନରେ ବ୍ୟାଙ୍କ ଖୋଳାଯିବ ନାହିଁ ।
ସେପ୍ଟେମ୍ବର-୨୩: ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୪: ରବିବାର
ସେପ୍ଟେମ୍ବର-୨୫: ଶଙ୍କର ଦେବଙ୍କ ଜୟନ୍ତୀ ଉପଲକ୍ଷେ ଗୌହାଟୀରେ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୭: ମିଲାଦ-ଏ-ସରିଫ ପର୍ବରେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଏବଂ ତ୍ରିଭେନ୍ଦ୍ରମରେ ସମସ୍ତ ବ୍ୟାଙ୍କ ଛୁଟି ରହିବ ।
ସେପ୍ଟେମ୍ବର-୨୮: ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
ସେପ୍ଟେମ୍ବର-୨୯: ଇଦ ଏ ମିଲାଦ ନବୀ ଯୋଗୁଁ ଜମ୍ମୁ, ଶ୍ରୀନଗର ସମେତ ଗ୍ୟାଙ୍ଗଟକ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.