fbpx

୩୧ ଅଗଷ୍ଟରେ ଦିନ ସାରା ପାଳନ କରିପାରିବେ କି ରାକ୍ଷୀପୂର୍ଣ୍ଣିମା? ଜାଣନ୍ତୁ ଏହାର ଶୁଭ ସମୟ

ଭଦ୍ରାକାଳ ଯୋଗୁଁ ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ୨ ଦିନ ପାଳନ ହେଉଛି । ୩୦ ଏବଂ ୩୧ ଅଗଷ୍ଟକୁ ପାଳନ କରାଯାଉଛି ରାକ୍ଷୀ ପୂର୍ଣ୍ଣିମା । ଭଦ୍ରାକାଳ ପାଇଁ ୩୦ ଅଗଷ୍ଟ ରାତି ୯ଟା ପରେ ରାକ୍ଷୀ ବାନ୍ଧିବା ପାଇଁ ଜ୍ୟୋତିଷ କହିଥିଲେ । ଏହି ଶୁଭ ସମୟ ବୁଧବାର ରାତି ୯ଟାରୁ ଆରମ୍ଭ ହୋଇ ଗୁରୁବାର ସକାଳ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଭାରତୀୟ ଶାସ୍ତ୍ର ଅନୁସାରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ଆୟୁଷ ଦୀର୍ଘ ହେବା ସହିତ, ସମସ୍ତ ସଂକଟ ମଧ୍ୟ ଦୂର ହୋଇଥାଏ । ଭାଇ ଭଉଣୀର ସମ୍ପର୍କ ଅତୁଟ ହୋଇଥାଏ ଯାହା ଫଳରେ ଶୁଭ ମୁହୁର୍ତ୍ତରେ ରାକ୍ଷୀ ବାନ୍ଧିବା ଉଚିତ । ତେବେ ଆପଣ ଯଦି ୩୧ ଅଗଷ୍ଟରେ ରାକ୍ଷୀ ବାନ୍ଧିବାକୁ ଚାହାନ୍ତି ତେବେ ଏହି ଦିନରେ ବହୁତ କମ ଶୁଭ ସମୟ ରହିଛି ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ରାତିର ସମୟରେ ଶୁଭ କାମ କରିବା ଉଚିତ ନୁହେଁ । ତେଣୁ ସେଥିପାଇଁ ଅନେକ ଲୋକ ଗୁରୁବାର ସକାଳ ଅର୍ଥାତ ୩୧ ଅଗଷ୍ଟରେ ରାକ୍ଷୀ ବାନ୍ଧିବେ । ତେବେ ରାକ୍ଷୀ ବାନ୍ଧିବା ପାଇଁ ୩୧ ଅଗଷ୍ଟ ଶୁଭ ବୋଲି ଗଣନାରୁ ଜଣାପଡିଛି । ତେବେ ୩୧ ଅଗଷ୍ଟ ୭.୫ ମିନିଟ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ ରହିଛି । ଏହା ପରେ ପୂର୍ଣ୍ଣିମା ତିଥି ସରିଯିବ । ତେବେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଥାଏ ।

ଅସନ୍ତୁ ଜାଣିବା ରାକ୍ଷୀ ବାନ୍ଧିବା ବେଳେ କେଉଁ ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ

-ଭଉଣୀକୁ କେବେ ମଧ୍ୟ ଭାଇର ହାତରେ କଳା ରଙ୍ଗର ସୁତା ବା ରାକ୍ଷୀ ବାନ୍ଧିବା କଥା ନୁହେଁ ।
-ରାକ୍ଷୀ ବାନ୍ଧିବା ସମୟରେ ଭାଇକୁ ସବୁବେଳେ ତାର ମୁଣ୍ଡରେ ରୁମାଲ ପକାଇ ରଖିବା ଉଚିତ ।
-ଭଦ୍ରାକାଳରେ କେବେ ମଧ୍ୟ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ ।
-ରାକ୍ଷୀ ବାନ୍ଧିବା ବେଳେ ଭାଇକୁ ତଳେ ନୁହେଁ ବରଂ ପିଢା ଉପରେ ବସିବା ଉଚିତ ।
-ରାକ୍ଷୀ ବାନ୍ଧିବା ସମୟରେ ଭାଇକୁ ଉତ୍ତର -ପୂର୍ବ ଦିଗକୁ ସାମ୍ନା କରି ବସିବା ଉଚିତ ।
-ଯଦି ରାକ୍ଷୀ କାଢିବା ସମୟରେ ଏହା ହାତରୁ ଛିଣ୍ଡିଯାଏ ତେବେ ଏହା ଏକ ଟଙ୍କା କଏନରେ ବାନ୍ଧି ଯେକୌଣସି ଗଛତଳେ ପୋତିବା କିମ୍ବା ଏହାକୁ ପାଣିରେ ପକାଇବା ଆବଶ୍ୟକ ।

Get real time updates directly on you device, subscribe now.